ପଞ୍ଚାୟତସ୍ତରୀୟ ସଚେତନତା ଶିବିରରେ ଅଧ୍ୟକ୍ଷ-ଉପାଧ୍ୟକ୍ଷ କଥା କଟାକଟି

ଦେଓଗାଁ: ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକରେ ପର୍ଯ୍ୟାୟ କ୍ରମେ ୨୬ ପଞ୍ଚାୟତରେ ଚାଲିଥିବା ଆମ ଓଡ଼ିଶା ନବୀନ ଓଡ଼ିଶାର ସଚେତନତା କାର୍ଯ୍ୟକ୍ରମ ସାରସମାଲ ପଞ୍ଚାୟତରେ ଉଦ୍‌ଯାପିତ ହୋଇଛି। ତେବେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚରେ ହେଉଥିବା ଏହି କାର୍ଯ୍ୟକ୍ରମର ଅନେକ ସଭାରେ ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କୁ ବିରୋଧ କରି ଯୁବପିଢ଼ି କୋଶଲ ନାରା ଦେଉଛନ୍ତି ତ, ଅନ୍ୟ କେଉଁଠି ଉପାଧ୍ୟକ୍ଷ ଓ ଅଧ୍ୟକ୍ଷ କଥା କଟାକଟି ହେଉଥିବା ଚିତ୍ର ସାମ୍ନାକୁ ଆସିଛି।

ସରପଞ୍ଚ ଗୋପାଳ ବାଗଙ୍କ ସଭାପତିତ୍ୱରେ ତଥା ବିପିଏମ ପ୍ରଦୀପ ଛତ୍ରିଆଙ୍କ ପରିଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ପଞ୍ଚାୟତ ସମିତି ଅଧ୍ୟକ୍ଷ ଦୟାନିଧି ଖମାରୀ ଏବଂ ସମ୍ମାନିତ ଅତିଥି ବିଡିଓ କ୍ଷମାନିଧି ଭୋଇ, ବିଧାୟକ ପ୍ରତିନିଧି କାନ୍ତେଶ୍ବର ପଧାନ, ଉପାଧ୍ୟକ୍ଷା ସୂର୍ଯ୍ୟକାନ୍ତି ଛତ୍ରିଆ, ସରପଞ୍ଚ ସଂଘ ସଭାପତି ଗୋପାଳ ଚନ୍ଦ୍ର ମିଶ୍ର, ବଡ଼ବନ୍ଧ ସରପଞ୍ଚ ଜଗବନ୍ଧୁ ମେହେର, ସାରସମାଲ ପ୍ୟାକ୍ସ ସଭାପତି ଗୋପୀନାଥ ବାଗ, ଦେଷଣ୍ଢ ସରପଞ୍ଚ ଯଶୋଦା ମେହେର, ଡୁମେରପିଟା ସମିତିସଭ୍ୟ ସଂକୀର୍ତ୍ତନ ବାଗ ଯୋଗ ଦେଇଥିଲେ। ଏବିଡିଓ ପୁଷ୍ପାଞ୍ଜଳି ନାଏକ, ସହକାରୀ ଯନ୍ତ୍ରୀ ପ୍ରାଚୀ ସାବତ, ଜିପିଇଓ ସେନାପତି ମଙ୍ଗରାଜ, ଯୋଗାଣ ନିରୀକ୍ଷକ ପ୍ରଶାନ୍ତ ପ୍ରଧାନ, ପିଇଓ ନନ୍ଦି କିଶୋର ସାହୁ, ବୀଣା ପଧାନ, ପ୍ରେମାନନ୍ଦ ବୁଡେକ, ଜିଆରଏସ ବୀଣା ପଧାନ, ରାଜେଶ ମେହେର, ପୂର୍ବ ସରପଞ୍ଚ ସ୍ବୟମ୍ବର ମେହେର, ସମାଜସେବୀ ଡମ୍ବୁରୁଧର ହରପାଲ ସହଯୋଗ କରିଥିଲେ।

ତେବେ ସଭାରେ ଅଧ୍ୟକ୍ଷ ଶ୍ରୀ ଖମାରୀ ମତେ ସବୁବେଳେ ବିରୋଧ କରାଯିବା ଭଳି ଭାଷଣ ଦିଆଯାଉ, ହେଲେ ଆଉ ସହିବାର ନାଇଁ। ଯିଏ ବିକାଶ କାମକୁ ବିରୋଧ କରିବ ତାକୁ ଲୋକେ ଉଚିତ ଯବାବ ଦେବେ। ବିକାଶକୁ କେହି ରୋକି ପାରିବେନି, ଲୋକେ ଆଶୀର୍ବାଦ ଦେବେ ଆଉ ପୁଣି ନବୀନ ସରକାର ଆସିବେ ବୋଲି କହିଥିଲେ। ଅଧ୍ୟକ୍ଷ ଏଭଳି କହିବା ପରେ କିଏ ବିରୋଧ ଭାଷଣ ଦେଲା ବୋଲି ଚର୍ଚ୍ଚା‌ ଜୋର୍‌ ଧରିଥିଲା। ଅନ୍ୟପକ୍ଷରେ ଅଧ୍ୟକ୍ଷଙ୍କ ଭାଷଣ ପରେ ସଂଯୋଜନା କରୁଥିବା ମିସନ ଶକ୍ତି କର୍ମଚାରୀ ବିରୋଧୀଙ୍କୁ କାଉଣ୍ଟର କଲା ଭଳି ଶବ୍ଦ ବ୍ୟବହାର କରିବାରୁ ଏହାକୁ ବିରୋଧ କରି ସମିତିସଭ୍ୟ ଶ୍ରୀ ବାଗ ସଭାରୁ ଉଠି ଆସି ଗୋଲାମଗିରି କରି ବିପିଏମ ରାଜନୀତି କରୁଛନ୍ତି ବୋଲି କହିଥିଲେ। ସେହିପରି ସରକାର ମହିଳାଙ୍କୁ ମାଗଣା ଋଣ ଦେଉଛନ୍ତି ବୋଲି କହୁଛନ୍ତି। ହେଲେ ବ୍ୟାଙ୍କରୁ ଋଣ ଆଣିଲେ ବ୍ୟାଙ୍କ ସୁଧ ନେଉଛି। ଏପଟେ ବିନା ସୁଧରେ ଋଣ ଦିଆଯାଉଛି ବୋଲି କହୁଛନ୍ତି। ତେବେ ଉପସ୍ଥିତ ଥିବା ମା’ମାନେ ସୁଧ ଦେଉନାହାନ୍ତି ବୋଲି କହିଦେଲ ମୁଁ ଉପାଧ୍ୟକ୍ଷ ପଦବି ଛାଡ଼ିଦେବି ବୋଲି ଉପାଧ୍ୟକ୍ଷ ସୂର୍ଯ୍ୟକାନ୍ତି ଛତ୍ରିଆ କହିବା ପରେ ଏହି ପ୍ରସଙ୍ଗ ମୁଖ୍ୟ ଆଲୋଚନାର ବିଷୟ ସାଜିଥିଲା।

ସମ୍ବନ୍ଧିତ ଖବର