ପଞ୍ଜାବରେ ସହିଦ ହେଲେ ଓଡ଼ିଆ ଯବାନ

ଦେଓଗାଁ: ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ଅନ୍ତର୍ଗତ ମହଲାଇ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କଣ୍ଟାପାଲି ଗାଁର ଜଣେ ଆର୍ମି ଯବାନସହିଦ ହୋଇଥିବାର ଖବର ମିଳିଛି। ସେ ହେଲେ ସୁଧୀର ତ୍ରିପାଠୀ। ସେ ସୈନ୍ୟବାହିନୀରେ ପଞ୍ଜାବର ଚଣ୍ଡିଗଡ଼ ଗଙ୍ଗାନଗର ଠାରେ କାର୍ଯ୍ୟରତ ଥିବା ସମୟରେ ତାଙ୍କର ଅକାଳ ବିୟୋଗ ହୋଇଥିବା ଜଣାପଡିଛି।

ସହିଦ  ଯବାନ ସୁଧୀର କୁମାର ତ୍ରିପାଠୀଙ୍କର ପତ୍ନୀ ଓ ଗୋଟିଏ ପୁଅ ରହିଛନ୍ତି। ସେ ୧୬ ରେପିଡ୍ ସିଗନାଲ୍ ରେଜିମେଣ୍ଟ, ଗଙ୍ଗାନଗରରେ କାର୍ଯ୍ୟରତ ଥିଲ । ତାଙ୍କ ପାର୍ଥିବ ଶରୀର ଆଜି ଜନ୍ମଭୂମି କଟାପାଲିରେ ପହଞ୍ଚିବାକୁ ଥିବା ବେଳେ ଗାଁରେ ଶୋକାକୁଳପରିବେଶ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର