୨୦୦ ଲିଟର ବେଆଇନ ମଦ ସହ ବାଇକ୍ ଜବତ, ଦୁଇ ଯୁବକ ଗିରଫ

ରୂପସା: ରୂପସା ଠାରେ୨୦୦ ଲିଟର ବେଆଇନ ମଦ ସହ ବାଇକ୍ ଜବତହୋଇଛି। ଏଥିସହ ଦୁଇ ଯୁବକଙ୍କୁ ଗିରଫ କରାଯାଇଛି। ବାଲେଶ୍ଵର ଜିଲ୍ଲା ବସ୍ତା ଅବକାରୀ ବିଭାଗ ପକ୍ଷରୁ ଆଜି ରୂପସା ଠାରେ ଚଢ଼ଉ କରାଯାଇ ବେଆଇନ ଦୁଇଶହ ଲିଟର ଦେଶୀ ମଦ ସହିତ ଦୁଇ ଯୁବକ ଏବଂ ବାଇକ ଜବତ କରିଥିବା ଜଣାଯାଇଛି।

ସୂଚନା ଅନୁସାରେ ରୂପସା ଅଞ୍ଚଳରେ ବିଭିନ୍ନ ସମୟରେ ବେଆଇନ ମଦ କାରବାରକୁ ନେଇ ବାରମ୍ବାର ଅଭିଯୋଗ ହେଇଆସୁଥିଲା। ଏହାକୁ ଭିତ୍ତିକରି ଆଜି ବସ୍ତା ଅବକାରୀ ପୁଲିସ ସହିତ, ମୋବାଇଲ୍ ସ୍ଵାଡ଼ ମିଳିତ ଭାବେ ଚଢ଼ଉକରି ଦୁଇଟି ବାଇକରେ ଦୁଇ ଯୁବକ ରୂପସାରୁ ସୁନ୍ଦରହତା ଓ ଦୁଲାରବାଟି ଗ୍ରାମକୁ ଆସୁଥିବା ବେଳେ ଜିତୁ ସେନାପତି(୨୪)ଙ୍କୁ ଗଡ଼ପଦା ଗ୍ରାମ୍ୟ ରାସ୍ତା ଓ ମଦନ ସିଂ (୨୦)ଙ୍କୁ ଗଡ଼ପଦା ରେଳ ଲେବେଲ୍ କ୍ରସିଂରୁ ଧରିଛି ଅବକାରୀ ପୁଲିସ। ଏମାନଙ୍କ ନିକଟରୁ ଏକ ଶହ ଚାଳିଶ ଲିଟର ବେଆଇନ ମଦକୁ ଜବତ ସହିତ ବାଇକ୍ ଓ ସଂପୃକ୍ତ ଦୁଇ ଯୁବକଙ୍କୁ ଗିରଫ କରିଛି ଅବକାରୀ ପୁଲିସ। ଏନେଇ ପୃଥକ ପୃଥକ ଦୁଇଟି ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଛି ଅବକାରୀ ପୁଲିସ।

ସମ୍ବନ୍ଧିତ ଖବର