ଭଡ଼ାଘରେ ଚାଲିଥିଲା ଦେହ ବ୍ୟବସାୟ: ତିନି ମହିଳା ଓ ୩ଜଣ ପୁରୁଷ ଅଟକ

ସୋର: ସୋର ପୌରାଞ୍ଚଳ ବଡ଼ଖୁରିର ଏକ ଭଡ଼ାଘରେ ଦେହ ବ୍ୟବସାୟ ଚାଲୁଥିବାର ଖବର ପାଇ ସୋର ପୁଲିସ ରାତିରେ ଚଢ଼ାଉ କରିଥିଲା। ଚଢ଼ଉ ପରେ ତିନିଜଣ ମହିଳା ଓ ତିନିଜଣ ପୁରୁଷଙ୍କୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି। ସୋର ସହରରେ ଦିନକୁ ଦିନ ଦେହ ବ୍ୟବସାୟ ବଢ଼ିବାରେ ଲାଗିଛି। ବିଭିନ୍ନ ହୋଟେଲ ଓ ଭଡ଼ା ଘରେ ଏହି ସାମ୍ରାଜ୍ୟ ବଢୁଥିବା ବେଳେ କିଛି ଦଲାଲ ପଶ୍ଚିମବଙ୍ଗରୁ ଯୁବତୀମାନଙ୍କୁ ଆଣି ଏଠାରେ ଏହି ହୀନ କାର୍ଯ୍ୟରେ ଲଗାଇ ବେଶ ମାଲାମାଲ ହେଉଛନ୍ତି।

ଏ ବାବଦରେ ବାରମ୍ବାର ଅଭିଯୋଗ ହେବା ପରେ ଗତ ରାତିରେ କୌଣସି ସୂତ୍ରରୁ ଖବର ପାଇ ସୋର ଥାନାଧିକାରୀ ପ୍ରଭାଂଶୁ ଶେଖର ମିଶ୍ର ସଦଳବଳେ ପୌରାଞ୍ଚଳର ଏକ ନମ୍ବର ୱାର୍ଡ ବଡ଼ଖୁରିର ଏକ ଭଡ଼ାଘରେ ଚଢ଼ଉ କରିଥିଲେ। ଚଢ଼ଉ ପରେ ତିନିଜଣ ମହିଳା ଓ ୩ ପୁରୁଷଙ୍କୁ ଅସଂଯତ ଅବସ୍ଥାରେ ଉଦ୍ଧାର କରି ଥାନାରେ ଅଟକ ରଖିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ତେବେ ଆଗାମୀ ଦିନରେ ଅନ୍ୟ ସ୍ଥାନଗୁଡ଼ିକରେ ଚଢ଼ଉ କରାଯାଇ ଘର ମାଲିକ ଓ ସମୃକ୍ତ ବ୍ୟକ୍ତିମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଥାନାଧିକାରୀ ଶ୍ରୀ ମିଶ୍ର କହିଛନ୍ତି।

ସମ୍ବନ୍ଧିତ ଖବର