ଆଞ୍ଚଳିକ ପରିବହନ ବିଭାଗ ଗଜନୀ କି? ଚଢ଼ା ଦର ସହ ଟିକେଟ ଦେଉ ନାହାନ୍ତି

ଜୟପୁର: ପ୍ରଥମ ସପ୍ତାହରେ ଅଚାନକ ଭାବେ ଆଞ୍ଚଳିକ ପରିବହନ ବିଭାଗ ଚେତି ଉଠିଥିଲା। ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ଯାଞ୍ଚ ଆରମ୍ଭ କରିଥିଲେ। ଘରୋଇ ବସ ଗୁଡିକର ଯାତ୍ରୀ ଭଡ଼ା ଠାରୁ ଆରମ୍ଭ କରି ଟିକେଟ ବହି, ରୁଟ୍ ପରମିଟ୍, ଗାଡ଼ିର ଫିଟନେସ୍, ବୀମା, ପଲ୍ୟୁସନ୍ ଆଦି ଯାଞ୍ଚ କରିଥିଲେ। କିଛି ବସ ଠାରୁ ଜରିମାନା ବି ଆଦାୟ କରିଥିଲେ। ବସରେ ଟିକେଟ ଦର ତାଲିକା ଓ ରୁଟ୍ ଚାର୍ଟ ଟାଙ୍ଗିବା, କର୍ମଚାରୀ ମାନେ ୟୁନିଫର୍ମ ପିନ୍ଧିବା ଆଦିକୁ ନେଇ କଡ଼ା ତାଗିଦ୍ ବି କରିଥିଲେ। ପରବର୍ତ୍ତୀ ସମୟରେ ଯଥା ପୂର୍ବଂକୁ ତଥା ପରଂ। ‘ଗଜନୀ’ ଚଳଚ୍ଚିତ୍ରର ମୁଖ୍ୟଅଭିନେତାଙ୍କ ପରି ଆଞ୍ଚଳିକ ପରିବହନ ବିଭାଗ ପୁଣି ସବୁ ଭୁଲି ଗଲେ କି ପୁଣି କେବେ ମନେ ପଡ଼ିଲେ ପୁଣି ଯାଞ୍ଚ ଆରମ୍ଭ କରିବେ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ଘରୋଇ ବସ କର୍ମଚାରୀଙ୍କ ମଧ୍ୟରେ କିଛି ବି ପରିବର୍ତ୍ତନ ହୋଇ ନାହିଁ। ପୂର୍ବ ଭଳି ହିଁ କର୍ମଚାରୀ ମାନେ ସାଧାରଣ ପୋଷାକରେ ରହୁଛନ୍ତି।

Sambad

ପୂର୍ବଭଳି କଣ୍ଡକ୍ଟର ମାନେ ଟିକେଟ ଦେଉ ନାହାନ୍ତି। ବସରେ ବସ ଭଡ଼ା ତାଲିକା ଓ ରୁଟ ଚାର୍ଟ କିଛି ବି ଟଙ୍ଗା ଯାଉନି। ପୂର୍ବ ପରି ଚଢ଼ା ଦର ନେଉଥିବା ବି ଅଭିଯୋଗ ହୋଇଛି। ଏପରିକି ଓଏସଆରଟିସିର ବସ ଗୁଡିକର କଣ୍ଡକ୍ଟର ମାନେ ବି ଟିକେଟ କାଟି ଦେଉ ନଥିବା ଅଭିଯୋଗ ହୋଇଛି। ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଯାଞ୍ଚ ଆରମ୍ଭ ହେବା ପରେ ସାଧାରଣରେ ଏହା ନିୟମିତ ଚାଲିବ ଏବଂ ଚଢ଼ା ଦରରେ ନେଉଥିବା ବସ ଭଡ଼ା ସରକାରୀ ଧାର୍ଯ୍ୟ ଦରରେ ନେବେ ବୋଲି ଯେଉଁ ଆଶା କରିଥିଲେ ତାହା ଆଶାରେ ରହି ଯାଇଛି। ପୁଣି ଆଞ୍ଚଳିକ ପରିବହନ ବିଭାଗ ସହ ଜିଲ୍ଲାପ୍ରଶାସନ, ପୁଲିସ ପ୍ରଶାସନ କେବେ ଜାଗି ଉଠିବ ତାହାକୁ ନେଇ ଅପେକ୍ଷା ବୋଲି ଯାତ୍ରୀ ମାନେ କହିଛନ୍ତି।

ସମ୍ବନ୍ଧିତ ଖବର