ରୋଟରୀକ୍ଲବ ଜୟପୁର ପ୍ରାଇଡ୍ ଓ ଜୟପୁର ସମ୍ବାଦ ସାହିତ୍ୟଘର ପକ୍ଷରୁ ବୃକ୍ଷ ରୋପଣ

ଜୟପୁର: ରୋଟାରୀ କ୍ଲବ ଜୟପୁର ପ୍ରାଇଡ୍ ଓ ଜୟପୁର ‘ସମ୍ବାଦ’ ସାହିତ୍ୟଘର ପକ୍ଷରୁ ଶାରଦାବିହାରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜୟପୁର ବନାଞ୍ଚଳ, କେଶବ ସେବା ଟ୍ରଷ୍ଟ ଓ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ସହଯୋଗରେ ୭୦ଟି ବୃକ୍ଷ ରୋପଣ କରାଯାଇଥିଲା।

ରୋଟରୀକ୍ଲବର ସଭାପତି ଅଶୋକ ମିଶ୍ର ,ସମ୍ପାଦକ ସୁରେଶ ପାଣିଗ୍ରାହୀ, ରାମନାଥ ସାହୁ, ରାମହରି ପଣ୍ଡା, ମୁରଲୀ ସାବତ, କାଳୁ ପଣ୍ଡା, ପ୍ରଦୀପ ସାମନ୍ତରାୟ, ପ୍ରଦୀପ ସାହୁ, ଜ୍ୟୋତି ଭୋଇ, ଦୀନେଶ ପାତ୍ର, ରତ୍ନାକର ଚୌଧୁରୀ, ସଞ୍ଜୀବ ମିଶ୍ର, କ୍ଷିତୀଶ ଦାସ, ପ୍ରଭାକର ଚୌଧୁରୀ, କେ ବ୍ରହ୍ମା, କିରଣବାଲା ଶତପଥୀ, ଆରତୀ ମିଶ୍ର, ରବି ନାରାୟଣ ନନ୍ଦ, ମଧୁଛନ୍ଦା ସାବତ, ତାରିଣୀ ପାତ୍ର, ଗୀରିଜା ଶଙ୍କର ଦାସ, ଲିଟି ପଟନାୟକ, ସମାଜସେବୀ ସଞ୍ଜୟ ଜୈନ, ଜୟପୁର ‘ସମ୍ବାଦ’ ସାହିତ୍ୟଘରର ସଭାପତି ଉଦୟ ଶଙ୍କର ଜାନି, ପୂର୍ବତନ ସମ୍ପାଦକ ପ୍ରମୋଦ କୁମାର ରାଉଳ, ଭାବଚନ୍ଦ୍ରିକା ଦେବୀ, କୃଷ୍ଣ ହୋତା, କେଶବ ସେବା ଟ୍ରଷ୍ଟର ନିରଞ୍ଜନ ମିଶ୍ର, ନିରାକର ଚୌଧୁରୀ, ବିଦ୍ୟାଳୟ ପରିଚାଳନା କମିଟିର ସମ୍ପାଦକ ପଙ୍କଜ କୁମାର ପାତ୍ର, ଯୁଗ୍ମ ସମ୍ପାଦକ କିଶୋର ଚନ୍ଦ୍ର ପଣ୍ଡା, ଉପସଭାପତି ଡଃ. ମନୋରଞ୍ଜନ ପ୍ରଧାନ, ପ୍ରଧାନ ଆଚାର୍ଯ୍ୟ ସତ୍ୟ ନାରାୟଣ ସେଠୀ ସହକାରୀ ଆଚାର୍ଯ୍ୟ ଦିଲ୍ଲୀପ ଶତପଥୀ, ସନ୍ତୋଷ ପ୍ରଧାନ, ପଣ୍ଡିତ ମନୋରଞ୍ଜନ ଦାଶ, ରାଜେନ୍ଦ୍ର ପଣ୍ଡା, ରାମଚନ୍ଦ୍ର ମହାନ୍ତି, ସୁପ୍ରଭା ପଣ୍ଡା, ମମିତା ବରାଡ଼, ସଙ୍ଗୀତା ମହାପାତ୍ର ଆଦି ଭାଗ ନେଇଥିଲେ। କ୍ଲବ ପକ୍ଷରୁ ଆଗାମୀ ଦିନରେ ରକ୍ତଦାନ ଶିବିର ସହ ବିଭିନ୍ନ ଜନହୀତକାରୀ କାର୍ଯ୍ୟକ୍ରମ ଗୁଡିକ କରାଯିବା ପାଇଁ ସଭାପତି ଶ୍ରୀ ମିଶ୍ର ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର