ମୁଖ୍ୟମନ୍ତ୍ରୀଙ୍କ ବୈଠକ ପାଇଁ ଲୋକ ବୁହା; ୬୦ଟି ବସ୍‌ ଚଳାଚଳ ବନ୍ଦ, ଯାତ୍ରୀ ହନ୍ତସନ୍ତ

ଜୟପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଜୟପୁର ଗସ୍ତ କରୁଛନ୍ତି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମହିଳା ସ୍ବୟଂ ସହାୟକ ଦଳକୁ ଆର୍ଥିକ ସହାୟତା ପ୍ରଦାନ ସହ ଅନ୍ୟାନ୍ୟ ପ୍ରକଳ୍ପର ଭୁମିପୂଜା ଓ ଶିଳାନ୍ୟାସ କରିବେ। ଏଥି ପାଇଁ ଜୟପୁରରୁ ଅବିଭକ୍ତ କୋରାପୁଟ ଜିଲ୍ଲାକୁ ବିଭିନ୍ନ ରୁଟରେ ଯାଉଥିବା ୬୦ଟି ବସ୍‌ ଚଳାଚଳ ବନ୍ଦ କରାଯାଇଛି। ଏହି ସବୁ ବସ୍‌ରେ ବିଭିନ୍ନ ଗାଁରୁ ଦଳୀୟକର୍ମୀ, ମହିଳା ସ୍ବୟଂ ସହାୟକ ଦଳର ମହିଳା ଆଦିଙ୍କୁ ବୋହିକି ଅଣାଯିବ। ଏଥିପାଇଁ ୪୦ଟି ଘରୋଇ ବସଥ ଓ ୨୦ଟି ଓଡ଼ିଶା ରାଜ୍ୟ ପରିବହନ ନିଗମର ବସ ଗୁଡିକୁ ନିଆଯାଇଛି। ଏସବୁ ବସରେ ଶୁକ୍ରବାର ଲୋକଙ୍କୁ ଜୟପୁର ଅଣାଯାଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସରିବା ପରେ ସେମାନଙ୍କୁ ପୁଣି ଗାଁକୁ ନେଇ ଛଡାଯିବ।

ତେବେ ଆଜି ଠାରୁ ବସ ଗୁଡିକ ନିଆ ସରିଥିବାରୁ ବିଭିନ୍ନ ରୁଟରେ ଯିବା ଯାତ୍ରୀମାନେ ଆଜି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। କିଏ ଅଟୋ ତ ଆଉ କିଏ ବସ ଗୁଡିକରେ ଗୋରୁ ଗାଇ ଠେଲାପେଲାରେ ଯାଇଥିଲେ। ସେଭଳି ସହରର ସବୁ ମହିଳା ସ୍ବୟଂ ସହାୟକ ଦଳ ଗୁଡିକ‌ୁ ଏହି ବୈଠକରେ ଯୋଗ ଦେବାକୁ ନିର୍ଦେଶ ଦିଆଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର