ବର୍ଷାଙ୍କ ବିରୋଧରେ ସମାନ ଧରଣର ଏକାଧିକ ଅଭିଯୋଗ

ହାଇକୋର୍ଟରେ ଭୁବନେଶ୍ବର ଡିସିପିଙ୍କ ରିପୋର୍ଟ ଦାଖଲ

କଟକ: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିରୋଧରେ ଜାତିଆଣ ଆକ୍ଷେପ ଓ ଦୁର୍ବ୍ୟବହାର ନେଇ ହୋଇଥିବା ଅଭିଯୋଗର ସତ୍ୟାସତ୍ୟ ଯାଞ୍ଚ ପରେ ଭୁବନେଶ୍ବର ଡିସିପି ହାଇକୋର୍ଟରେ ରିପୋର୍ଟ ଦାଖଲ କରିଛନ୍ତି। ବର୍ଷାଙ୍କ ବିରୋଧରେ ରାଜ୍ୟର ବିଭିନ୍ନ ସ୍ଥାନରେ ସମାନଧରଣର ଅଭିଯୋଗ ହୋଇଥିବା ଘଟଣା ସ୍ପଷ୍ଟ ହେବା ପରେ ଜାନୁଆରି ୫ରେ ହାଇକୋର୍ଟ ଏଭଳି ଘଟଣାର ସତ୍ୟାସତ୍ୟ ଯାଞ୍ଚ କରି ରିପୋର୍ଟ ଦାଖଲ ପାଇଁ ଡିସିପିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଡିସିପି ଏ ପ୍ରସଙ୍ଗରେ ଏକ ବିସ୍ତୃତ ରିପୋର୍ଟ ହାଇକୋର୍ଟରେ ଦାଖଲ କରିଛନ୍ତି।

ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ପରବର୍ତ୍ତୀ ଶୁଣାଣି ଜାନୁଆରି ୩୧କୁ ଧାର୍ଯ୍ୟ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଚନ୍ଦ୍ରଶେଖରପୁର ଥାନାରେ ଜଣେ ଯୁବତୀ ବର୍ଷାଙ୍କ ବିରୋଧରେ ଜାତିଆଣ ଆକ୍ଷେପ, ଦୁର୍ବ୍ୟବହାର ଓ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ଅଭିଯୋଗ କରିଥିଲେ। ପୁଲିସ ତାଙ୍କ ଏତଲା ଗ୍ରହଣ କରି ନଥିଲା। ପୁଲିସ ନିଷ୍କ୍ରିୟତାକୁ ଚାଲେଞ୍ଜ କରି ସଂପୃକ୍ତ ଯୁବତୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଏଭଳି ଏକାଧିକ ଅଭିଯୋଗ ବର୍ଷାଙ୍କ ବିରୋଧରେ ରାଜ୍ୟର ବିଭିନ୍ନ ଥାନାରେ ହୋଇଥିବା ସ୍ପଷ୍ଟ ହୋଇଥିଲା। ଏହାପରେ ହାଇକୋର୍ଟ ତଦନ୍ତ କରି ରିପୋର୍ଟ ଦାଖଲ ପାଇଁ ଭୁବନେଶ୍ବର ଡିସିପିଙ୍କୁ କହିଥିଲେ।

ସମ୍ବନ୍ଧିତ ଖବର