ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇଲେ ଜିଲ୍ଲାପାଳ

ଡୁଡୁକା: ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା ବୁଧବାର ମଧ୍ୟାହ୍ନରେ ରୋତ ନୋଡାଲ ହାଇସ୍କୁଲକୁ ଅଚାନକ ପରିଦର୍ଶନରେ ଯାଇଥିଲେ। ସେଠାରେ ସେ ନବମ ଶ୍ରେଣୀର ଇଂରାଜୀ ଓ ଦଶମ ଶ୍ରେଣୀର ବିଜ୍ଞାନ ବିଷୟରେ ଛାତ୍ରଛାତ୍ରୀଙ୍କୁ ପଢ଼ାଉଥିବା ଦେଖିବାକୁ ମିଳିଥିଲା।

ଏହା ପରେ ସ୍କୁଲର ବିଜ୍ଞାନ ଲ୍ୟାବ୍‌, ଓ ଇ-ଲାଇବ୍ରେରି ବୁଲି ଦେଖିଥିଲେ। ଜିଲ୍ଲାପାଳଙ୍କ ଏହି ଗସ୍ତ ସମୟରେ ବିଡିଓ ଶଙ୍କର କେରକେଟା, ଏସ୍‌ଏମ୍‌ସି ସଭାପତି ସଚିକାନ୍ତ ପଟେଲ, ପ୍ରଧାନଶିକ୍ଷୟିତ୍ରୀ ମମତା ସେଠୀ, ଶିକ୍ଷକ ଉମାକାନ୍ତ ପୁଟେଲ ପ୍ରମୁଖ ଉପସ୍ଥିତଥିଲେ।

ସମ୍ବନ୍ଧିତ ଖବର