ଜେକେ ପେପର ମିଲରେ ଜରୁରୀକାଳୀନ ପରିସ୍ଥିତି ପାଇଁ ମକଡ୍ରିଲ

ରାୟଗଡା: ରାୟଗଡାସ୍ଥିତ ଜେକେ ପେପେର ମିଲ ଏହାର କେମିକାଲ ପ୍ଲାଣ୍ଟ ପରିସରରେ ସିଲିଣ୍ଡର ଓ ପାଇପଲାଇନରୁ କ୍ଲୋରିନ୍ ଗ୍ୟାସ ନିର୍ଗତ ହେବା ଯୋଗୁଁ ସମ୍ଭାବିତ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା କରିବାପାଇଁ ନିଜର ପ୍ରସ୍ତୁତିର ସମୀକ୍ଷା କରିବାପାଇଁ ଜିଲ୍ଲାପ୍ରଶାସନର ଅଧିକାରୀମାନଙ୍କ ଉପସ୍ଥିତିରେ ଏକ ପୂର୍ଣ୍ଣ ବିକଶିତ ମକ୍ ଡ୍ରିଲର ଆୟୋଜନ କରିଥିଲା।ଜେକେ ପେପରମିଲର ସିନିୟର ଜେନେରାଲ ମ୍ୟାନେଜର ଏମ୍ ଆର କେ ଏମ୍ ରୟ କାରଖାନା ଓ ବାଷ୍ପୀତ୍ର ବିଭାଗର ରାୟଗଡା ଡିଭିଜନର ଉପନିର୍ଦ୍ଧେଶକ ଏସ ଏନ ସେଠି ଓ ରାୟଗଡା ପ୍ରଦୂଷଣ ବିଭାଗର ଉପଯନ୍ତ୍ରୀ ରିପୁ କୁମାର ସାହୁଙ୍କ ସମେତ ଜିଲ୍ଲାର ପ୍ରମୁଖ ଉଦ୍ୟୋଗ ତଥା ଉତ୍କଳ ଆଲୁମିନା, ଇମ୍ଫା, ହିନ୍ଦୁସ୍ଥାନ ପେଟ୍ରୋଲିଅମ, ସତ୍ୟମ ପ୍ୟାକର, ଫିମାକେମ ଓ ପରିପାର୍ଶ୍ଵିକ ଗ୍ରାମଗୁଡିକର ପ୍ରତିନିଧିମାନେ ଉପସ୍ଥିତ ଥିଲେ।ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ନିମନ୍ତେ ଆବଶ୍ୟକ ସମସ୍ତ ପ୍ରସ୍ତୁତି ଓ ପଦ୍ଧତି ବିଷୟରେ ନିମନ୍ତ୍ରିତ ସମସ୍ତ ଅତିଥିମାନଙ୍କୁ ପ୍ରୋଜେକ୍ଟର ମାଧ୍ୟମରେ ବିସ୍ତୃତ ବିବରଣୀ ଦିଆଯାଇଥିଲା।

ଜେକେ ପେପରମିଲର ପ୍ରଶିକ୍ଷିତ ଜରୁରୀକାଳୀନ ଦଳ ତାଙ୍କ କାର୍ଯ୍ୟନିର୍ବାହୀ ୱାର୍କ୍ସମ୍ୟାନ କଣ୍ଟ୍ରୋଲର ଏମ୍ ଆର କେ ଏମ୍ ରୟ, ସାଇଟ ଇଂସିଡେଣ୍ଟ କଣ୍ଟ୍ରୋଲର ସି.ଏସ.ଆର ଆପ୍ପାରାଓ, ସୁରକ୍ଷା ସଂଯୋଜକ ମୁଖ୍ୟ ସତ୍ୟଜିତ ମହାନ୍ତିଙ୍କ ମାର୍ଗଦର୍ଶନରେ ଉଭୟ ସିଲିଣ୍ଡର ଓ ପାଇପଲାଇନରୁ କ୍ଲୋରିନ୍ ଗ୍ୟାସର ନିର୍ଗମନକୁ ରୋକିବା ସହିତ ଉଦ୍ଧାର କାର୍ଯ୍ୟକୁ ଯଥାଶୀଘ୍ର ସମ୍ପାଦନ କରିବାର କୌଶଳ ବହୁତ ସୁନ୍ଦର ଭାବରେ ମକ୍ ଡ୍ରିଲ୍ ଜରିଆରେ ପ୍ରଦର୍ଶନ କରିଥିଲେ।କାରଖାନା ଓ ବାଷ୍ପୀତ୍ର ବିଭାଗର ରାୟଗଡା ଡିଭିଜନର ଉପନିର୍ଦ୍ଧେଶକ ଏସ ଏନ ସେଠିଙ୍କ ସମେତ ମକ୍ ଡ୍ରିଲର ଅନ୍ୟାନ୍ୟ ସାକ୍ଷମାନେ ଜେକେ ପେପରମିଲର ଏହି ଜରୁରୀକାଳୀନ ପରିସ୍ଥି ତିପାଇଁ ପ୍ରସ୍ତୁତି ଓ ଉନ୍ନତ ପଦ୍ଧତିର ଭୂୟଶୀ ପ୍ରଶଂସା କରିଥିଲେ।ପରିଶେଷରେ ଗୁଣବତ୍ତା ନିୟନ୍ତ୍ରଣ ବିଭାଗର ଜେନେରାଲ ମ୍ୟାନେଜେର ଜି.ଏସ.ପଟନାୟକ ଉପସ୍ଥିତ ସମସ୍ତ ଅଧିକାରୀବୃନ୍ଦ ଓ ଗ୍ରାମବାସୀଙ୍କୁ ଧନ୍ୟବାଦ ଅର୍ଣଣ କରିଥିଲେ।|

ସମ୍ବନ୍ଧିତ ଖବର