ସରକାରୀ ବସ୍‌ରେ ବିଜ୍ଞାପନ

ଜୟପୁର: ୨୦୨୪ମସିହାରେ ସାଧାରଣ ନିର୍ବାଚନର ସମ୍ଭାବନାକୁ ଦୃଷ୍ଟିରେ ରଖି ସରକାର ଓଡିଶା ରାଜ୍ୟ ସଡକ ପରିବହନ ନିଗମର ବସ ଗୁଡିକୁ ପ୍ରଚାରର ପ୍ରମୁଖ ମାଧ୍ୟମ କରିଛି। ସରକାରୀ ବିଜ୍ଞାପନରେ ସରକାରୀ ବସକୁ ଛାଇ ଦେଇଛି। ସୂଚନା ଅନୁଯାୟୀ, ଗତ ୨୦୧୯ମସିହାରେ ସାଧାରଣ ନିର୍ବାଚନ ହୋଇଥିବାରୁ ୫ବର୍ଷରେ ଥରେ ନିର୍ବାଚନ ହୋଇଥାଏ। ଏ ତେବେ କେଉଁ ମାସରେ ହେବ ଓ କେଉଁ ପ୍ରକ୍ରିୟାରେ ନିର୍ବାଚନ କମିସନ ନିର୍ବାଚନ କରିବ ଏ ଯାଏଁ କିଛି ସ୍ପଷ୍ଟ ହୋଇନି। ହି ଗଣନାକୁ ଦୃଷ୍ଟିରେ ରଖି ଶାସକ ବିଜେଡି ନିର୍ବାଚନ ବୈତରଣୀପାର ହେବା ପାଇଁ ବିଭିନ୍ନ ସମରସଜ୍ଜା ଓ କୌଶଳ ଆପଣାଇବା ଆରମ୍ଭ କରିଛି। ଗାଁ ଠାରୁ ସହର ପର୍ଯ୍ୟନ୍ତ ବଡ ବଡ ହୋର୍ଡିଂ ଲଗାଇ ପ୍ରଚାର ଆରମ୍ଭ କରିଥିବା ବେଳେ ଏବେ ସରକାରୀ ବସ ଗୁଡିକୁ ପ୍ରମୁଖ ମାଧ୍ୟମ କରିଛି।

ଆଂଚଳିକ ବସ ଠାରୁ ଆରମ୍ଭ କରି ଓଡିଶା ମଧ୍ୟରେ ଚାଳୁଥିବା ଦ୍ରୁତ ଗାମୀ ବସ ଗୁଡିକରେ ବି ବିଭିନ୍ନ ସରକାରୀ ଯୋଜନାର ବିଜ୍ଞାପନ ଛାଇ ଯାଇଛି। ବଡଧରଣର ଷ୍ଟିକରକୁ ବସର ଚାରିପଟେ ଲଗାଯାଇଥିବା ଦେଖିବାକୁ ମିଳିଛି। ଏହି ଷ୍ଟିକର ଲଗାଇବା ପରେ ବସର ପୂର୍ବରୁ ଥିବା ରଂଗ ବାହାରି ପଡ଼ୁଥିବାରୁ ସମ୍ପୂର୍ଣ୍ଣ ‌ଷ୍ଟିକର ବାହାରିବା ପରେ ପୁଣି ବସ ଗୁଡିକୁ ରଂଗ ଦେବା ସମ୍ଭାବନାକୁ ଏଡ଼ାଇ ହେବ ନାର୍ହି ବୋଲି ବସର କର୍ମଚାରୀ ମାନେ କହିଛନ୍ତି। ବିଜୁ ସ୍ବାସ୍ଥ୍ୟ ଯୋଜନା ଠାରୁ ଆରମ୍ଭ କରି ବିଭିନ୍ନ ଯୋଜନା ସଂପର୍କୀତ ଷ୍ଟିକର ବସ ଗୁଡିକରେ ଲଗାଯାଇଛି। ସରକାର ଯଦିଓ ଆଂଚଳିକ ବସକୁ ଅଧିକା ପ୍ରାଧାନ୍ୟ ଦେଉଛି। ବିଭିନ୍ନ ଗଣମାଧ୍ୟମରେ ବିଜ୍ଞାପନ ଦେବା ଠାରୁ ଢ଼େର ଗୁଣା ଏହା ଅଧିକା ଭଲ ବୋଲି ଜଣେ ସରକାରୀ ଅଧିକାରୀ କହିଛନ୍ତି। ଏହି ସବୁ ସରକାରୀ ଯୋଜନାର ଷ୍ଟିକର ଲଗାଇବା ପାଇଁ ଏକ ବେସରକାରୀ ସଂସ୍ଥା ଠିକା ନେଇଛି। ସେ ବସର ବିଭନ୍ନ ସିଗନାଲ ଲାଇଟ୍ ଉପରେ ଲଗାଉଥିବାଚାଳକ କହିଛନ୍ତି।

ସମ୍ବନ୍ଧିତ ଖବର