ଜିଲ୍ଲାପାଳଙ୍କ ୫ବର୍ଷ କର୍ତ୍ତବ୍ୟ ପୂର୍ତ୍ତି ଅବସରରେ ସାମ୍ବାଦିକ ସଂଘ ପକ୍ଷରୁ ଶୁଭେଚ୍ଛା

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲାପାଳ ବିନୀତ ଭରଦ୍ୱାଜ ୨୦୧୮ ମସିହା ଅପ୍ରେଲ ୨୬ ତାରିଖରେ ମୟୂରଭଞ୍ଜ ଜିଲାରେ ଜିଲାପାଳ ଭାବେ କାର୍ଯ୍ୟରେ ଯୋଗଦାନ କରିଥିଲେ। ୨୬ ଅପ୍ରେଲ ୨୦୨୩ରେ ସେ ଦୀର୍ଘ ୫ବର୍ଷ ଧରି ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲାରେ ତାଙ୍କ କାର୍ଯ୍ୟକାଳ ସଫଳ ଭାବେ ପୂରଣ କରିଛନ୍ତି। ଆଜି ରାଇରଙ୍ଗପୁର ଗସ୍ତ ଅବସରରେ ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ତାଙ୍କୁ ରାଇରଙ୍ଗପୁର ପ୍ରେସ୍ କ୍ଲବ୍ ତଥା ରାଇରଙ୍ଗପୁର ସହର ସମେତ ବାମନଘାଟୀ ଉପଖଣ୍ଡର ସମସ୍ତ ସାମ୍ବାଦିକଙ୍କ ତରଫରୁ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ଅଭିନନ୍ଦନ ଜ୍ଞାପନ କରାଯିବା ସହ ତାଙ୍କ ଦୀର୍ଘ ନିରାମୟ ଜୀବନ କାମନା କରାଯାଇଥିଲା।

ଅତୀତରେ ୨ଟି ପୌରପରିଷଦ, ୨ଟି ବିଜ୍ଞାପିତ ଅଙ୍ଘମଳ ପରିଷଦ ତଥା ୨୬ ଟି ବ୍ଲକ ଥିବା ମୟୂରଭଞ୍ଜ ଭଳି ଏକ ବିଶାଳ ଜିଲାରେ ବହୁ ଜିଲାପାଳ ସୂଚାରରୂପେ କର୍ତ୍ତବ୍ୟ ପାଳନ କରି ବଦଳି ହୋଇ ଯାଇଛନ୍ତି। ହେଲେ ତାଙ୍କ କାର୍ଯ୍ୟଶୈଳୀ ସନ୍ତୋଷଜନକ ରହିଛି। ୫ବର୍ଷ ପୂର୍ତ୍ତି ଅବସରରେ ସେ ସାମ୍ବାଦିକ ମାନଙ୍କୁ ତାଙ୍କ ସହଯୋଗ ଓ ଅଭିନନ୍ଦନ ପାଇଁ ବିଶେଷ ଧନ୍ୟବାଦ ଜଣାଇଥିଲେ। ବାମନଘାଟୀ ଉପଜିଲାପାଳ ସରୋଜ କୁମାର ଦାଶଙ୍କ ଉପସ୍ଥିତିରେ ରାଇରଙ୍ଗପୁର ପ୍ରେସକ୍ଲବର ସଭାପତି ବରିଷ୍ଠ ସାମ୍ବାଦିକ ସୌରଭ ପଟ୍ଟନାୟକ, ଜିଲା ସାମ୍ବାଦିକ ସଂଘର ସାମ୍ବାଦିକ ତୁଷାରକାନ୍ତ ମହାନ୍ତ, ଅନଶନ ମହାନ୍ତ, ସୁଜିତ ପଟ୍ଟନାୟକ, ସଞ୍ଜୟ ପରିଡା, ମଳୟ ଦାସ, ସମେତ ଅକ୍ଷୟ ବିଶ୍ୱାଳ, ମେଘନାଦ ହେମ୍ବ୍ରମ ଓ ଅନ୍ୟ ସାମ୍ବାଦିକ ମାନେ ଉପସ୍ଥିତ ରହି ଅଭିନନ୍ଦନ ଜଣାଇଥିଲେ।

ସମ୍ବନ୍ଧିତ ଖବର