ସୌର ଶକ୍ତିଚାଳିତ ପାନୀୟ ଜଳ ପ୍ରକଳ୍ପରୁ ମିଳୁନି ଜଳ, ଗ୍ରାମବାସୀ ହନ୍ତସନ୍ତ

ସ୍ୱଜଳ ଧାରାର ପାନୀୟ ଜଳ ପ୍ରକଳ୍ପ ମଧ୍ୟ ୧୦ ଦିନରୁ ଅଧିକ ହେଲା ଅଚଳ

ରାଇରଙ୍ଗପୁର/ଗୋରୁମହିଷାଣୀ: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକର ଟୋଲକ ଗ୍ରାମର ଢିପାସାହିରେ ପାନୀୟ ଜଳ ପାଇଁ ଗ୍ରାମବାସୀ ହନ୍ତସନ୍ତ ହେଉଛନ୍ତି।ା ଟୋଲକ ଗ୍ରାମର ଢିପାସାହିରେ ୧୫ ଶହରୁ ଉ୍ରର୍ଦ୍ଧ୍ବ  ଗ୍ରାମବାସୀ ବସବାସ କରୁଛନ୍ତି। ପୂର୍ବରୁ ଗ୍ରାମବାସୀମାନେ ନଳକୂପରୁ ପାଣି ନେଇ ପାନୀୟ ଜଳ ଭାବେ ବ୍ୟବହାର କରୁଥିଲେ। ତେବେ କିଛିବର୍ଷ ପୂର୍ବରୁ ଉକ୍ତ ଗ୍ରାମର ଢିପାସାହିରେ ସୌର ଶକ୍ତି ଚାଳିତ ପାନୀୟ ଜଳ ପ୍ରକଳ୍ପ ନିର୍ମିତ ହୋଇଥିଲା। ତେବେ ଉକ୍ତ ସାହିରେ ଏକ ବର୍ଷରୁ ଅଧିକ ହେଲା ପ୍ରକଳ୍ପର ପାଇପ ଗୁଡିକ ଅଳିଆ ଆର୍ବଜନାରେ ଜାମ ହୋଇଯାଇଥିବାରୁ ସେଥିରୁ ବହୁ କମ ପରିମାଣରେ ପାଣି ବାହାରୁଛି ଫଳରେ ବାଲଟିଏ ପାଣୀ ନେବା ପାଇଁ ୧୫ ରୁ ୨୦ ମିନିଟ୍ ସମୟ ଲାଗୁଛି। ଫଳରେ ଗ୍ରାମବାସୀ ମାନେ ନାହିଁ ନଥିବା ଜଳକଷ୍ଟ ପାଉଛନ୍ତି। ଏହା ବ୍ୟତିତ ସ୍ୱଜଳ ଧାରା ଯୋଜନାରେ ନିର୍ମିତ ପ୍ରଖଳ୍ପ ମଧ୍ୟ ୧୦ ଦିନରୁ ଅଧିକ ହେଲା ଅଚଳ ହୋଇ ପଡିଥିବାରୁ ସେଥିରୁ ମଧ୍ୟ ପାନୀୟ ଜଳ ମିଳୁନାହିଁ। ଦୁଃଖର ବିଷୟ ଯେ କୁଲେଇଶିଳା ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ମାତ୍ର ୨ କି.ମି ଦୂରତା ଥିଲେ ମଧ୍ୟ ପ୍ରଶାସନର ନଜରରେ ପଡୁନି। ଏନେଇ ପଞ୍ଚାୟତର ସରପଞ୍ଚ, ଜନପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ବ୍ଲକର ବିଡିଓ ପର୍ଯ୍ୟନ୍ତ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ।

Sambad

ସୂଚନାଯୋଗ୍ୟ ଯେ, ଉକ୍ତ ପ୍ରକଳ୍ପ ଗୁଡିକ ଓରେଡା ସଂସ୍ଥା ଦ୍ୱାରା କରାଯାଇଥିଲା ଏବଂ ସେ ଗୁଡିକ ମରାମତି ନିମନ୍ତେ ବାରମ୍ବାର ଉକ୍ତ ସଂସ୍ଥା ନିକଟରେ ଦାବି କଲେ ମଧ୍ୟ କୌଣସି ସୂଫଳ ମିଳୁନଥିବା ଜଣାପଡିଛି। ଏଣୁ ଯଥାଶୀଘ୍ର ଉକ୍ତ ସୌରଶକ୍ତି ଚାଳିତ ପାନୀୟ ଜଳ ପ୍ରକଳ୍ପକୁ ଯଥାଶୀଘ୍ର ମରାମତି କରାଯାଉ ବୋଲି ଗ୍ରାମବାସୀ ଦାବି କରୁଛନ୍ତି। ତେବେ ଦ୍ୱିପତଳ ଅନ୍ଧାର ପରି ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଅଳ୍ପ ଦୂରତାରେ ଥିବା ସୌରଚାଳିତ ପାନୀୟ ଜଳ ପ୍ରକଳ୍ପ କେମିତି ମରାମତି ହୋଇପାରୁନି ବୋଲି ବୁଦ୍ଧିଜିବି ମହଲରେ ଚର୍ଚ୍ଚା ହେଉଛି। ଏହାବ୍ୟତିତ ଉକ୍ତ ସାହିରେ ଥିବା ୪ଟି ନଳକୂପ ମଧ୍ୟରୁ ୨ଟି ସମ୍ପୂର୍ଣ୍ଣ ଅଚଳ ଥିବା ବେଳେ ଅନ୍ୟ ୨ଟିରୁ ମଇଳା ଯୁକ୍ତ ଦୁଷିତ ପାଣି ବାହାରୁଛି ଯାହାଫଳରେ ସେହି ପାଣି ପିଇବା ଯୋଗ୍ୟ ହୋଇପାରୁନି। ଏନେଇ ରାଇରଙ୍ଗପୁର ବିଡିଓ ସାଗର ମୁର୍ମୁଙ୍କ ସହିତ ଯୋଗାଯୋଗ କରିବାରୁ ବର୍ତମାନ ଗ୍ରୀଷ୍ମ ଦିନ ଥିବାରୁ ଜଳସ୍ତର ତଳକୁ ଖସି ଯାଉଛି। ଫଳରେ ପାନୀୟ ଜଳ ସଂକଟ ଦେଖା ଦେଉଛି। ତେବେ ପାନୀୟ ଜଳ ସମସ୍ୟା ଦୂର କରାଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର