କନ୍ଧମାଳ: ନାବାଳିକା ଅସଦାଚରଣ ମାମଲାରେ ଦୋଷୀଙ୍କୁ ୫ ବର୍ଷ କାରାଦଣ୍ଡ, ୨୫,୦୦୦ ଟଙ୍କା ଜରିମାନା

ଫୁଲବାଣୀ: ନାବାଳିକା ଦୁଷ୍କର୍ମକାରୀଙ୍କୁ ୫ ବର୍ଷ କାରାଦଣ୍ଡ ଓ ୨୫,୦୦୦ ଟଙ୍କା ଜରିମାନା ହୋଇଛି। କନ୍ଧମାଳ ଜିଲ୍ଲାର ଦାରିଂବାଡ଼ି ଥାନା ଅଂଚଳରେ ହଷ୍ଟେଲରେ ନାବାଳିକା ମାନଙ୍କୁ ଅସଦାଚରଣ ମାମଲାରେ ଦୋଷି ସାବ୍ୟସ୍ତ୍ୟ ହେବାପରେ ମାନ୍ୟବର ପୋକ୍ସୋ କୋର୍ଟ ଶନିବାର ହଜାରି ସାହୁଙ୍କ ପାଇଁ ଏହି ଦଣ୍ଡ ଶୁଣାଇଛନ୍ତି। କୋର୍ଟ କହିଛନ୍ତି, ଜୋରିମାନା ଅନାଦେୟ ଅଧିକ ଏକ ବର୍ଷ ସଶ୍ରମ କାରାଦଣ୍ଡ ହେବ। ଜୋରିମାନା ଆଦାୟ ହେଲେ ପୀଡ଼ିତା ମାନଙ୍କୁ ୫୦୦୦ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର