ବିଜେପିରେ ଯୋଗ ଦେଲେ ବିଭିନ୍ନ ଦଳର ନେତା ଓ କର୍ମୀ

ମାଲକାନଗିରି: ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ସୁଶାସନ, ଗରିବ କଲ୍ୟାଣ ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ମାଲକାନଗିରି ଜିଲ୍ଲା ବିଜେପି କାର୍ଯ୍ୟାଳୟଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବିଜେପିରେ ଆନୁଷ୍ଠାନିକ ଭାବେ ଯୋଗ ଦେଲେ ବିଭିନ୍ନ ଦଳର ବରିଷ୍ଠ ନେତା ଓ ଶତାଧିକ କର୍ମୀ। ଆଜି ବିଜେପି ଜିଲ୍ଲା ସଭାପତି ନିମାଇଁ ଚନ୍ଦ୍ର ପାଲଙ୍କ ନେତୃତ୍ବରେ ଆୟୋଜିତ ମିଶ୍ରଣ ପର୍ବରେ ବିଜେପି ଉପସଭାପତି ସୁଭାଷ ପଡିଆମି,ମନୋଜ ପାଢୀ,ସାଧାରଣ ସମ୍ପାଦକ ମାଣିକଲାଲ ଚକ୍ରବର୍ତ୍ତୀ, ଜିଲ୍ଲା କୋଷାଧ୍ୟକ୍ଷ ସଞ୍ଜୟ ସରକାର,ସମ୍ପାଦକ ସଜୁ ସରକାର,ବେଣୀ କାତ୍ତୁଲ,ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ରତନ ବନିକ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ପ୍ରକାଶ ଥାଉକି କିଛି ଦିନ ପୂର୍ବରୁ ରାଜ୍ୟ କାର୍ଯ୍ୟାଳୟଠାରେ ମାଲକାନଗିରିର ପୂର୍ବତନ ବିଜେଡି ବିଧାୟକ ମୁକୁନ୍ଦ ସୋଢୀ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିଲେ। ଆଜି ତାଙ୍କୁ ଫୁଲତୋଡା ଓ ଉତ୍ତରୀୟ ଦେଇ ସ୍ୱାଗତ କରାଯାଇଥିଲା। ପରେ ସୋଢୀଙ୍କ ନେତୃତରେ ମଧ୍ୟ ତାଂକ ବହୁ ସମର୍ଥକ ବିଧିବଦ୍ଧ ଭାବରେ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିଲେ।ମାଲକାନଗିରି ନିର୍ବାଚନ ମଣ୍ଡଳୀରେ ତୃଣମୂଳ ସ୍ତରରେ ବଳିଷ୍ଠ ହେଉଛି ଭାରତୀୟ ଜନତା ପାର୍ଟି ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର