ମୃ୍ତ୍ୟୁର ସ୍ବାଧୀନତା: ‌ନିଜ ଇଛାରେ ମୃ୍ତ୍ୟୁକୁ ଆଦରି ନେବେ ଲୋକେ,ଏହି ଦେଶର ସରକାର ଆଣିଲେ ଆଇନ

ପ୍ୟାରିସ: ଏବେ ଫ୍ରାନ୍ସର ଲୋକେ ନିଜ ଇଛା ଅନୁସାରେ ମୃତ୍ୟୁକୁ ଆଦରି ନେବେ। ସରକାର ଇଛାମୃତ୍ୟୁ ସମ୍ପର୍କିତ ଆଇନକୁ ସ୍ବୀକୃତି ଦେଇଛନ୍ତି। ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ୍ ଏନେଇ ଘୋଷଣା କରିଛନ୍ତି।
ଆସୋସିଏଟେଡ ପ୍ରେସ୍ ରିପୋର୍ଟ ଅନୁସାରେ ଫ୍ରାନ୍ସ ରାଷ୍ଟ୍ରପତି ‘ମୃ୍ତ୍ୟୁରେ ସହାୟତା’କୁ ବୈଧ କରିବା ପାଇଁ ଆବଶ୍ୟକ ଆଇନ ସମ୍ପର୍କରେ ଘୋଷଣା କରିଛନ୍ତି। ତେବେ ଏହି ସ୍ବାଧୀନତା ସମସ୍ତଙ୍କୁ ମିଳିବ ନାହିଁ। ଚିକିତ୍ସା ହୋଇ ପାରୁ ନ ଥିବା ରୋଗରେ ପୀଡ଼ିତଙ୍କୁ କେବଳ ଏହି ଅଧିକାର ମିଳିବ। ସେମାନେ ଚାହିଁଲେ ମୃତ୍ୟୁକୁ ଆଦରି ନେବେ। କେତେକ ଔଷଧ ଦିଆଯାଇ ସମ୍ପୃକ୍ତ ବ୍ୟକ୍ତିଙ୍କ ଜୀବନକୁ ଶେଷ କରି ଦିଆଯିବ।

ଏସମ୍ପର୍କରେ ଫ୍ରାନ୍ସ ଖବର କାଗଜ ଲା କ୍ରୋଏକ୍ସ ଏବଂ ଲିବରେସନ ପକ୍ଷରୁ ରାଷ୍ଟ୍ରପତି ମାକ୍ରୋନଙ୍କ ଏକ ସାକ୍ଷାତକାର ପ୍ରକାଶ ପାଇଛି। ଏହି ଆଇନ କେବଳ କିଛି ନିର୍ଦ୍ଦିଷ୍ଟ ବର୍ଗର ଚିକିତ୍ସା କରି ହେଉ ନ ଥିବା ରୋଗରେ ପୀଡ଼ିତଙ୍କ ପାଇଁ ଉପଯୋଗୀ ହେବ। ଟର୍ମିନାଲ କ୍ୟାନସରରେ ପୀଡ଼ିତ ଥିବା‌ ଲୋକଙ୍କ ଉଦାହରଣ ଦେଇ ରାଷ୍ଟ୍ରପତି ମାକ୍ରୋନ୍ କହିଛନ୍ତି ଏହି ଆଇନ ଏକ ନିର୍ଦ୍ଦିଷ୍ଟ ସ୍ଥିତି କ୍ଷେତ୍ରରେ ଲାଗୁ‌ ହେବ। ତେବେ ଏନେଇ ଚିକିତ୍ସା କରୁଥିବା ଡାକ୍ତରଙ୍କ ଅନୁମତି ମିଳିବା ଜରୁରୀ।
ଟର୍ମିନାଲ କ୍ୟାନସରରେ ପୀଡ଼ିତ ଥିବା‌ ଲୋକେ ଅନ୍ୟ ୟୁରୋପୀୟ ଦେଶକୁ ଯାଇ ଇଛାମୃତ୍ୟୁ ଚୟନ କରୁଥିବା ମାକ୍ରୋନ୍ କହିଛନ୍ତି। ଏହି ଆଇନ ଦ୍ବାରା ଏଭଳି ରୋଗୀ ଆଉ ଦେଶ ବାହାରକୁ ଯିବେ ନାହିଁ। ଜୀବନର ଶେଷ ସମୟରେ ସେମାନେ ପରିବାର ବର୍ଗଙ୍କ ପାଖରେ ରହିପାରିବେ ।

ସୂଚନାଯୋଗ୍ୟ ପ୍ରଥମେ ନେଦରଲ୍ୟାଣ୍ଡରେ ୨୦୦୨ରେ ଇଛାମୃତ୍ୟୁ ନେଇ ଆଇନ ଅଣାଯାଇଥିଲା। ଏହା ପରେ ମେ ୨୦୦୨ରେ ବେଲଜିୟମ, ୨୦୦୯ରେ ଲୁକ୍ସେମେବର୍ଗ, ୨୦୨୧ରେ ସ୍ପେନ, ୨୦୨୩ରେ ପର୍ତ୍ତୁଗାଲରେ , ସମ୍ପର୍କିତ ଆଇନ ଅଣାଯାଇଥିଲା।

ସମ୍ବନ୍ଧିତ ଖବର