ଗୋଟିଏ ଦିନରେ ଲକ୍ଷେ କୋଟି ହରାଇଲା ଆଦାନୀ ଗ୍ରୁପ୍, କାରଣ ଜାଣନ୍ତୁ..

ମୁମ୍ବାଇ: ସେୟାର ବଜାରରେ ଅସ୍ଥିରତା ଯୋଗୁଁ ଆଦାନୀ ଗ୍ରୁପକୁ ଆଜି ବଡ଼ ଝଟକା ଲାଗିଛି। ବାସ୍ତବରେ, ବୁଧବାର ସେୟାର ବଜାରରେ ବଡ଼ ଧରଣର ହ୍ରାସ ଯୋଗୁଁ ଆଦାନି ଗ୍ରୁପର ସମସ୍ତ ୧୦ଟି ତାଲିକାଭୁକ୍ତ କମ୍ପାନୀର ସେୟାର ହ୍ରାସ ପାଇଛି। ଏହା ସହିତ ୧୦ଟି କମ୍ପାନୀର ମିଳିତ ମାର୍କେଟ କ୍ୟାପ ୧.୧୨ ଲକ୍ଷ କୋଟି ଟଙ୍କା ହ୍ରାସ ପାଇଛି। ବିଏସଇରେ ଆଦାନୀ ଟୋଟାଲ ଗ୍ୟାସ ୯.୫୦ ପ୍ରତିଶତ, ଆଦାନୀ ଗ୍ରୀନ୍ ଏନର୍ଜି ୯.୦୭ ପ୍ରତିଶତ, ଆଦାନୀ ଏନର୍ଜି ସଲ୍ୟୁସନ୍ସ ୮.୫୪ ପ୍ରତିଶତ, ଏନଡିଟିଭି ୭.୯୨ ପ୍ରତିଶତ ଏବଂ ଆଦାନୀ ପୋର୍ଟସ ୬.୯୭ ପ୍ରତିଶତ ହ୍ରାସ ପାଇଛି। ଆଦାନୀ ଏଣ୍ଟରପ୍ରାଇଜେସ୍ ର ସେୟାର ୬.୯୧ ପ୍ରତିଶତ ହ୍ରାସ ପାଇଛି।

ସୂଚନାଯୋଗ୍ୟ ଯେ, ବୁଧବାର ବିଏସଇ ସେନ୍ସେକ୍ସ ୯୦୬.୦୭ ପଏଣ୍ଟ ହ୍ରାସ ପାଇ ୭୨,୭୬୧.୮୯ ପଏଣ୍ଟରେ ବନ୍ଦ ହୋଇଛି । ସେହିପରି ଏନଏସଇ ନିଫ୍ଟି ୩୩୮.୦୦ ପଏଣ୍ଟ ହ୍ରାସ ପାଇ ୨୧,୯୯୭.୭୦ରେ ବନ୍ଦ ହୋଇଛି । ଫଳରେ ଆଜି ଗୋଟିଏ ଦିନରେ ନିବେଶକମାନେ ୧୩ ଲକ୍ଷ କୋଟି ଟଙ୍କା ହରାଇଛନ୍ତି ।

ବଜାର ବିଶେଷଜ୍ଞଙ୍କ ମତରେ ବଜାର ଆହୁରି ଖସିବାର ସମ୍ଭାବନା ରହିଛି । ବିଶେଷକରି ନିର୍ବାଚନ ପର୍ଯ୍ୟନ୍ତ ଏପରି ଲାଗି ରହିବ । ତେଣୁ ନିବେଶକମାନେ ଏବେ ସତର୍କ ରହିବାର ଆବଶ୍ୟକତା ରହିଛି ।

ସମ୍ବନ୍ଧିତ ଖବର