ଧାନ ବିକ୍ରି ଲାଗି ଟୋକନ୍ ନ ମିଳିବାରୁ ଅତାବିରା ମାର୍କେଟ ୟାର୍ଡରେ ତାଲା ପକାଇଲେ ଚାଷୀ

ବରଗଡ଼: ଧାନ ବିକିବାକୁ ନେଇ ନିଜ ସମସ୍ୟାର ସମାଧାନ ନ ହେବାରକୁ ଶତାଧିକ ଚାଷୀ ମେଳି ହୋଇ ଶୁକ୍ରବାର ପୂର୍ବାହ୍‌ଣରେ ଅତାବିରା ମାର୍କେଟ ୟାର୍ଡରେ ତାଲା ପକାଇଛନ୍ତି। ସୂଚନା ଅନୁସାରେ ଝିଲିମିଣ୍ଡା କୃଷି ସମବାୟ ସମିତିର ଶତାଧିକ ଚାଷୀ ମାର୍କେଟ ୟାର୍ଡରେ ତାଲା ପକାଇଛନ୍ତି। ଏହି ଅଂଚଳରେ ଶତାଧିକ ଚାଷୀଙ୍କୁ ଟୋକନ ମିଳିନାହିଁ। ସେହିପରି ଅନେକ ଚାଷୀଙ୍କର ନାମ ପଂଜୀକରଣ ହୋଇପାରି ନାହିଁ। ତେଣୁ ଚାଷୀଙ୍କ ଭିତରେ ଅସ‌ନ୍ତୋଷ ଦେଖିବାକୁ ମିଳିଛି।

ମାର୍କେଟ ୟାର୍ଡରେ ତାଲା ପକାଇବା ପୂର୍ବରୁ ଚାଷୀ  କୃଷି ଅଧିକାରୀମାନଙ୍କୁ ନିଜର ଅସୁବିଧା ସଂପର୍କରେ ଅବଗତ କରିଥିଲେ କିନ୍ତୁ ଏଥିରୁ କୌଣସି ଫଳ ମିଳି ନ ଥିଲା। ଶେଷରେ ବିରକ୍ତି ହୋଇ ଚାଷୀମାନେ ଆଜି ପୂର୍ବାହ୍‌ଣରେ ମାର୍କେଟ ୟାର୍ଡରେ ତାଲା ପକଇଛନ୍ତି। ସମସ୍ୟାର ସମାଧାନ ଯେତେଦିନ ପର୍ଯ୍ୟନ୍ତ ନ ହୋଇଛି, ସେତେଦିନ ପର୍ଯ୍ୟନ୍ତ ମାର୍କେଟ ୟାର୍ଡରେ ତାଲ ଝୁଲି ରହିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର