ପ୍ରଥମ ଥର ପାଇଁ ନିଜ ଗାଁ ବୁଥରେ ଭୋଟ୍ ଦେବେ ସ୍ୱାଭିମାନ ଅଞ୍ଚଳବାସୀ

ମାଲକାନଗିରି: ସ୍ୱାଭିମାନ ଅଞ୍ଚଳବାସୀଙ୍କ ପାଇଁ ଖୁସି ଖବର। ପ୍ରଥମ ଥର କରି ନିଜ ଗାଁ ବୁଥରେ ଭୋଟ୍ ଦେବେ ସ୍ୱାଭିମାନ ଅଞ୍ଚଳର ଭୋଟର। ପୂର୍ବରୁ ମଧ୍ୟ ଭୟ ଯୋଗୁ ବୁଥ୍ ଗୁଡ଼ିକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇ ନାମକୁ ମାତ୍ର ଭୋଟ୍ ହେଉଥିଲା। ପୋଲିଂ ପାର୍ଟି ହେଲିକପ୍ଟରରେ ଯାଉଥିଲେ। ତେବେ ସ୍ୱାଭିମାନ ଅଞ୍ଚଳ ସମେତ ଜିଲ୍ଲାର ସମସ୍ତ ମାଓ ପ୍ରଭାବିତ ଅଞ୍ଚଳର ନିର୍ଦ୍ଧାରିତ ବୁଥରେ ପୁଲିଂ ପାର୍ଟି ପହଞ୍ଚିବେ। ୨ଟି ପୁଲିଂ ପାର୍ଟି ମୋଟର ବୋଟରେ ଯିବେ। ହେଲିକପ୍ଟରର ଆବଶ୍ୟକତା ନାହିଁ ବୋଲି ମାଲକାନଗିରି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର