ଧାନକଟା ମେସିନରେ ଚାପି ହୋଇ ଚାଳକ ଗୁରୁତର

ହାଟଡିହି : କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଆବୁଲୁପୁରା ଗ୍ରାମ ନିକଟରେ ଧାନକଟା ମେସିନିରେ ଚାପିହୋଇ ଚାଳକ ଗୁରୁତର ହୋଇଛି। ତାଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି।

ଖବରରୁ ଜଣାଯାଇଛି ଯେ ଗ୍ରାମର ଜଣେ ବ୍ୟକ୍ତି ଧାନ କାଟିବାପାଇଁ ସମ୍ବଲପୁରରୁ ଏକ ଧାନକଟା ମେସିନି ଭଡ଼ାରେ ଆଣି ଧାନ କଟାଉଥିଲେ। ଆଜି ମଧ୍ୟାହ୍ନରେ ଧାନ କାଟୁଥିବାବେଳେ ଚାଳକ ସମ୍ବଲପୁରର ସୁମନ୍ତ ପ୍ରଧାନ (୪୬) ଧାନ ଜାମ ହୋଇଯିବାରୁ ଗୋଡରେ ତାହାକୁ ଠେଲୁଥିଲେ। ମାତ୍ର ଗୋଡଟି ମେସିନିରେ ଚାପି ହୋଇଯାଇଥିଲା। ସେ ଯନ୍ତ୍ରଣାରେ ଛଟପଟ ହେଉଥିଲେ। ଖବର ପାଇ ହାଟଡିହି ଦମକଳ ବିଭାଗର କର୍ମଚାରୀ ଓ ଛେନାପଦିଛକରୁ କିଛି ମେକାନିକ ସେଠାରେ ପହଞ୍ଚି ବହୁ କସରତ ପରେ ତାଙ୍କୁ ଉଦ୍ଧାର କରିଥିଲେ। ଆମ୍ବୁଲାନସ ଯୋଗେ ତାଙ୍କୁ ଆନନ୍ଦପୁର ଡାକ୍ତରଖାନାକୁ ପଠାଇଛନ୍ତି।

ସମ୍ବନ୍ଧିତ ଖବର