ବ୍ୟାଙ୍କ ଅଫ୍ ଇଣ୍ଡିଆର ଜୋନାଲ ଅଫିସରେ ଅଗ୍ନିକାଣ୍ଡ

ବାରିପଦା: ବାରିପଦାରେ ଥିବା ବ୍ୟାଙ୍କ ଅଫ୍ ଇଣ୍ଡିଆର ଜୋନାଲ ଅଫିସରେ ନିଆଁ ଲାଗିଥିବାର ଖବର ମିଳିଛି। ଏହାଫଳରେ ୪ଜଣ କର୍ମଚାରୀ ଅସୁସ୍ଥ ହୋଇଥିବା ଜଣାପଡ଼ିଛି। ବ୍ୟାଙ୍କରେ ଆହୁରି ‌କେତେକ କର୍ମଚାରୀ ଫସିରହିଥିବା କୁହାଯାଉଛି। ନିଆଁ ଲିଭାଇବାକୁ ଏକାଧିକ ଦମକଳ ବାହିନୀ ନିୟୋଜିତ ହୋଇଛନ୍ତି। ତେବେ ଅଗ୍ନିକାଣ୍ଡର ସଠିକ କାରଣ ଏଯାଏଁ ଜଣାପଡିନି। ଏଣେ ପ୍ରକୃତ କ୍ଷୟକ୍ଷତିର ସୂଚନା ବି ମିଳିନାହିଁ।

ସମ୍ବନ୍ଧିତ ଖବର