ଗାଁରେ ଯାତ୍ରା ଚାଲିଥିବା ବେଳେ ନଗଦ ୩ ଲକ୍ଷ ଟଙ୍କା ସମେତ ସୁନାରୁପା ଗହଣା ଲୁଟିଲେ ଦୁର୍ବୃତ୍ତ

ହାଟଡ଼ିହି: କେନ୍ଦୁଝର ଜିଲ୍ଲା ନନ୍ଦିପଡ଼ା ଥାନା ଅଧୀନସ୍ଥ କଳି ଗାଁ ପଞ୍ଚାୟତର ତାମ୍ପଳା ଗ୍ରାମରେ ଏକ ବଡ଼ ଧରଣର ଲୁଟ ହୋଇଛି। ସୂଚନାରୁ ଜଣାଯାଇଛି ଯେ ତାମ୍ପଳା ଗ୍ରାମରେ ଯାତ୍ରା ପରିବେଷଣ ଚାଲୁଥିବା ବେଳେ ଗ୍ରାମର ନାରାୟଣ ମହାପାତ୍ରଙ୍କ ପରିବାର ଲୋକେ ରାତି ୧୨ଟା ସମୟରେ ଘରେ ତାଲା ପକାଇ ସେଠାକୁ ଯାତ୍ରା ଦେଖିବାକୁ ଯାଇଥିଲେ। ସେମାନେ ରାତି ୨ଟା ବେଳେ ଘରକୁ ଫେରିଆସିବା ବେଳକୁ ତାଙ୍କ ଘରର କବାଟ ଭାଙ୍ଗି ଘରେ ଦୁଇଟି ଗଡରେଜ ଆଲମିରା ଭିତରୁ ନଗଦ ୩ ଲକ୍ଷ ଟଙ୍କା ସମେତ ୧୫ ଲକ୍ଷରୁ ଅଧିକ ଟଙ୍କାର ସୁନାରୁପା ଗହଣା ଲୁଟିନେଇ ସାରିଥିଲେ।

ପରିବାର ଲୋକେ ସଂଗେ ସଂଗେ ଏନେଇ ନନ୍ଦିପଡ଼ା ଥାନାକୁ ଜଣାଇବା ପରେ ରାତି ୪ଟା ବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ବି ଲୁଟେରାଙ୍କ ସମ୍ପର୍କରେ କିଛି ସୁରାକ ପାଇପାରି ନାହିଁ।

ସମ୍ବନ୍ଧିତ ଖବର