ପିଶାଚ ବାପାମାଙ୍କ ନାରକୀୟ କାଣ୍ଡ: ପୁଅକୁ ବଳି ଦେଇଥାନ୍ତେ

ଉଦଳା/ଶାଳଚୁଆ: ନିଜ ଜନ୍ମ କଲା ପିଲାକୁ କିଏ ବଳି ଦେବ କି? ହେଲେ ମା ଓ ବାପା ସାଜିଲେ ପିଶାଚ। ଠାକୁରାଣୀଙ୍କ ପାଖରେ ନିଜ ଜନ୍ମ କଲା ପୁଅକୁ ବଳି ଦେବା ପାଇଁ ନେଇଗଲେ। ହେଲେ କୌଶଳକ୍ରମେ ପୁଅ ଖସି ଆସିବାରୁ ଖୋଲିଗଲା ମା ବାପାଙ୍କ ଅସଲ ମୁଖା। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା କୁକୁନ୍ଦରାଣୀ ହୁଡ଼ି ନିକଟରେ।

ଗତକାଲି ରାତିରେ ଉଦଳା ଥାନା ଛୋଟରାୟପୁର ଅଞ୍ଚଳର ସିଦ୍ଧ ମାରାଣ୍ଡି ଏବଂ ଫୁଲ ମାରାଣ୍ଡି ନିଜ ୭ ବର୍ଷର ପୁଅ ବିକାଶ ମାରାଣ୍ଡିକୁ ମାମୁଁ ଘରକୁ ବୁଲାଇ ନେବେ କହି କପ୍ତିପଦା ଥାନା ନୁଦଡିହା ଅଂଚଳକୁ ନେଇ ଯାଇଥିଲେ। ସେଠାରେ ମାମୁଁ ଘରକୁ ନେବା ବଦଳରେ ପାହାଡ଼ ନିକଟରେ ଥିବା କୁକୁନ୍ଦରାଣୀ ହୁଡ଼ିକୁ ନେଇ ସେଠାରେ ବଳି ଦେବା ନିମନ୍ତେ ବେକରେ ଛୁରୀ ଲଗାଇବା ସହିତ ପୂଜାର୍ଚ୍ଚନା କରିଥିଲେ। ଖୋଦ ବିକାଶ ମାରାଣ୍ଡିର ବାପା ସିଦ୍ଧ ମାରାଣ୍ଡି ବଳି ପକାଇବାକୁ ଉଦ୍ୟମ କରିଥିବା ବେଳେ ସେଠାରୁ ବିକାଶ ଖସି ଆସି ଦୌଡ଼ିଥିଲା। କିଛି ବାଟ ଯିବା ପରେ ସ୍ଥାନୀୟ ଯୁବକଙ୍କ ହାବୁଡ଼ରେ ପଡିଥିଲା। ଯୁବକମାନେ ନାବାଳକକୁ ଉଦ୍ଧାର କରିବା ପରେ ତାର ବାପାମାକୁ ଧରିବାକୁ ଉଦ୍ୟମ କରିଥିଲେ, ହେଲେ ତାଙ୍କୁ ଧରିବାରେ ବିଫଳ ହୋଇଥିଲେ। ଭୟଭୀତ ଅବସ୍ଥାରେ ନାବାଳକଜଣକ ଯୁବକମାନଙ୍କ ଆଗରେ କହିଥିଲା ସମସ୍ତ ଘଟଣା।

ସମ୍ବନ୍ଧିତ ଖବର