ବାଇକ ହେଡଲାଇଟରୁ ବାହାରିଲା ବିଷଧର ନାଗ ସାପ, ଅଳ୍ପକେ ବର୍ତ୍ତିଲେ ଚାଳକ

ଶ୍ୟାମାଖୁଣ୍ଟା: ବାଇକ ହେଡଲାଇଟରୁ ବାହାରିଲା ବିଷଧର ନାଗ ସାପ , ଅଳ୍ପକେ ବର୍ତ୍ତିଲେ ଚାଳକ। ଏପରି ଏକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବେତନଟୀ ବନାଞ୍ଚଳ ଅଧୀନ ଭଦୁଷୋଳ ଗ୍ରାମରେ। ଏହି ଗ୍ରାମରେ ଥିବା ଏକ ଆମ୍ବ ବାଗିଚାର ମାଲିକ ନିଜ ବାଇକରେ ଆସି ବାଗାନରେ ପହଞ୍ଚିବା ପରେ ଦେଖିବାକୁ ପାଇଥିଲେ ତାଙ୍କ ଗାଡ଼ି ହେଡଲାଇଟରେ ଏକ ସାପ ଅଛି।

ସେ ବ୍ୟସ୍ତ ହୋଇ ସ୍ନେକ ହେଲ୍ପଲାଇନ ସହ ଯୋଗାଯୋଗ କରିବାରୁ ଅଭିଜ୍ଞ ସାପ ଧରାଳି କ୍ରିଷ୍ଣା ଗୋଛୟତ ପହଞ୍ଚି ପ୍ରାୟ ଦୁଇଘଣ୍ଟାର ପରିଶ୍ରମ ପରେ ସାପଟିକୁ ଅକ୍ଷତ ଅବସ୍ଥାରେ ଉଦ୍ଧାର କରିଥିଲେ। ତେବେ ସାପଟିର ଲମ୍ବ ପ୍ରାୟ ସାଢ଼େ ୩ ଫୁଟ ହୋଇଥିବା ବେଳେ ବୟସ ଦୁଇ ବର୍ଷରୁ ଉର୍ଦ୍ଧ୍ବ ହେବ ବୋଲି ଅନୁମାନ କରାଯାଉଛି। ଉଦ୍ଧାର ପରେ ସାପଟିକୁ ସୁରକ୍ଷିତ ଭାବେ ଜଙ୍ଗଲରେ ଛାଡ଼ି ଦିଆ ଯାଇଛି।

ସମ୍ବନ୍ଧିତ ଖବର