୧୨ ଗ୍ରାମକୁ ବିଦ୍ୟୁତ ସଂଯୋଗ ଦାବିରେ ଜାତୀୟ ରାଜପଥ ଅବରୋଧ

ବାଙ୍ଗିରିପୋଷି: ମୟୂରଭଞ୍ଜ ଜିଲ୍ଲା ଚାକିଡ଼ି ପଞ୍ଚାୟତର ୧୨ ଟି ଗ୍ରାମକୁ ବିଦ୍ୟୁତ ସଂଯୋଗ ଦାବିରେ ଜାତୀୟ ରାଜପଥ ୪୯ ଅବର‌ୋଧ କରିଛନ୍ତି। ସ୍ଥାନୀୟ ବାସିନ୍ଦା। ୪୦୦ ରୁ ଉର୍ଦ୍ଧ୍ବ ଗ୍ରାମବାସୀ ବିଶୋଇ – ଝାରପୋଖରିଆ ରାସ୍ତା ଅବର‌ୋଧ କରିଛନ୍ତି। କିଛି ଦିନ ପୂର୍ବରୁ ଗ୍ରାମବାସୀମାନେ ଜିଲ୍ଲାପାଳ ଓ ଏସପିଙ୍କୁ ଏନେଇ ଦାବିପତ୍ର ଦେଇଥିଲେ। କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା। ଶିମିଳିପାଳ କୋର ଏରିଆରେ ଯାଉଥିବାରୁ ବନବିଭାଗର ସ୍ବୀକୃତି ନ ମିଳିବାରୁ ଖୁଣ୍ଟ ଓ ତାର ଟଣାଯାଇଥିଲେ ମଧ୍ୟ ବିଦ୍ୟୁତ ଦିଆଯାଇ ପାରୁନାହିଁ।

ସମ୍ବନ୍ଧିତ ଖବର