ବିଦ୍ୟୁତ ବିଭାଗର ଅବହେଳା ପାଇଁ ଚାଲିଗଲା ନିରୀହ ପଶୁଙ୍କ ଜୀବନ

ବିଦ୍ୟୁତ ଆଘାତରେ ୭ ଗାଈ ସହ ୩ ଷଣ୍ଢଙ୍କର ମୃତ୍ୟୁ

ସିମୁଳିଆ: ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା କାଞ୍ଚପଡ଼ା ଗାଁର ଏକ ବିଲ ଭିତରେ ବିଦ୍ୟୁତ ଆଘାତରେ ଗୃହପାଳିତ ପଶୁଙ୍କ ମୃତ୍ୟୁ ହୋଇଯାଇଛି | ବିଲ ଭିତରେ ୧୧ କେଭି ଟ୍ରାନ୍ସଫର୍ମର ଲାଗି ସେମାନଙ୍କର ମୃତ୍ୟୁ ହୋଇଯାଇଛି | ବିଦ୍ୟୁତ ଆଘାତରେ ୭ଟି ଗାଈ ସହିତ ୩ ଟି ଷଣ୍ଢଙ୍କର ଜୀବନ ଚାଲିଯାଇଥିବାବେଳେ ଗ୍ରାମବାସୀଙ୍କ କହିବା କଥା ଯେ ବିଲ ଭିତରେ ୧୧ କେଭି ତାର ବହୁ ତଳୁଆ ରହିଛି l ଆଜି ସକାଳେ ଘର ଲୋକ ଗାଈ ଛାଡିଦେଇଥିଲେ ପରେ ଖରାବେଳେ ଖୋଜାଖୋଜି କରିବା ପରେ ବିଲରେ ଗୋଟିଏ ସ୍ଥାନରେ ସମସ୍ତେ ପଡ଼ିଥିବା ଦେଖିଥିଲେ | ଗାଈ ଓ ଷଣ୍ଢ ବିଲରେ ଚରୁଥିବାବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସିଯିବାରୁ ଅଘଟଣ ଘଟିଥିଲା l ଏବେ ପର୍ଯ୍ୟନ୍ତ ବିଦ୍ୟୁତ କର୍ମଚାରୀଗାଁରେ ପହଞ୍ଚି ନାହାନ୍ତି | ତେଣୁ ସ୍ଥାନୀୟ ଲୋକେ ପାଟିତୁଣ୍ଡ କରିଥିଲେ | ଏବେ ନିରୀହ ପଶୁଙ୍କ ଜୀବନ ଚାଲିଯାଇଥିବାବେଳେ ମାଟି ଠାରୁ ଅଳ୍ପ ଉପରେ ତାର ରହିଛି | ତେଣୁ ସେଠାରେ ଲୋକେ ବିଦ୍ୟୁତ ବିଭାଗର ଭୁଲ ଦର୍ଶାଇବା ପରେ ତାଙ୍କର କ୍ଷୟ କ୍ଷତି ଦେବା ସହିତ ତାରକୁ ଉପରକୁ ଉଠାଇବାକୁ କହିଥିଲେ |

ସରକାର ଟାଟା ପାୱାରକୁ ହସ୍ତାନ୍ତର କରିବା ପରେ ଅବହେଳିତ ଥିବା ବିଦ୍ୟୁତ ସମସ୍ୟାକୁ ସୁଧାରିବା କଥା କହିଥିଲା | କିନ୍ତୁ ଏବେ ବି ଅନେକ ସ୍ଥାନରେ ବିପଦସଂକୁଳ ଅବସ୍ଥାରେ ଟ୍ରାନ୍ସଫର୍ମର ଓ ତାରଗୁଡିକ ରହିଛି | ଯାହାଦ୍ୱାରା ଅନେକ ସମୟରେ ଅନେକ ଅଘଟଣ ମଧ୍ୟ ଘଟୁଛି | ବିଦ୍ୟୁତ ବିଭାଗ ଗ୍ରାହକଙ୍କୁ ଉତ୍ତମ ସେବା ଯୋଗାଇବା ପାଇଁ ସିମୁଳିଆ ଅଞ୍ଚଳର ୧୧ କେଭି ଲାଇନ ଓ ଏଲଟି ଲାଇନକୁ ମରାମତି କରିବାକୁ ଆକାଂକ୍ଷା ପାୱାର ନାମକ ଫ୍ରାଞ୍ଚାଇଜ ସଂସ୍ଥାକୁ ହସ୍ତାନ୍ତର କରିଛି | କିନ୍ତୁ ସେ ସଠିକ ଭାବେ କାର୍ଯ୍ୟ କରୁନଥିବାରୁ ଏପରି ଅଘଟଣ ଘଟିଛି |

ସମ୍ବନ୍ଧିତ ଖବର