ମହିଳାଙ୍କ ବେକରୁ ସୁନାଚେନ୍‌ ଝାମ୍ପିନେଲେ

ଚଣ୍ଡିଖୋଲ: ଦିନ ଦ୍ବିପ୍ରହରରେ ଆଜି ଜଣେ ମହିଳାଙ୍କ ବେକରୁ ସୁନାଚେନ୍‌ ଲୁଟ୍‌ ହୋଇଛି। ବଡ଼ଚଣା ଥାନା ଚଣ୍ଡିତଳ ଗ୍ରାମର ତାପସ ଦାସଙ୍କ ପତ୍ନୀ ଏହି ଲୁଟ୍‌ର ଶିକାର ହୋଇଛନ୍ତି। ପତିପତ୍ନୀ ଓ କୁନିପୁଅ ଏକ ବାଇକ ଯୋଗେ ଧାନମଣ୍ଡଳ ସାଇ ମନ୍ଦିରରୁ ଫେରୁଥିଲେ।

ଧାନମଣ୍ଡଳ ଉପର ବଜାର ସିମେଣ୍ଟ ଗୋଦାମ ନିକଟରେ ଦୁଇଜଣ ଯୁବକ ଏକ ଧଳା ଆପାଚି ବାଇକରେ ଆସି ତାପସଙ୍କ ପତ୍ନୀଙ୍କ ବେକରୁ ସୁନାଚେନ୍‌ ଝାମ୍ପି ନେଇ ଚମ୍ପଟ ମାରିଥିଲେ। ଝିଙ୍କି ହୋଇଯିବାରୁ ଚଳନ୍ତା ବାଇକ୍‌କୁ ମହିଳା ଓ ତାଙ୍କ କୁନିପୁଅ ତଳେ ପଡ଼ି ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସା କରାଯାଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ବି ଲୁଟେରାଙ୍କ ସନ୍ଧାନ ପାଇନାହିଁ।

ସମ୍ବନ୍ଧିତ ଖବର