ପାଣି ସମସ୍ୟା ନେଇ ରାଜ ରାସ୍ତାରେ ଧାରଣା ଦେଲେ ଗ୍ରାମବାସୀ, ତିନି ମାସ ହେଲା ଲୋକଙ୍କୁ ମିଳୁନି ପାଣି

ନୀଳଗିରି: ଶୁଣୁନି ପ୍ରସାଶନ। ତାତିଲେ ଲୋକ। ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇଲେ ଗ୍ରାମବାସୀ। ଏଭଳି ଘଟଣା ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଗୋହିରା ଛକ ନିକଟରେ ଦେଖାଦେଇଛି। ଗରା,ବାଲ୍ଟି ଧରି ରାଜରାସ୍ତାକୁ ଓହ୍ଲାଇଛନ୍ତି ଶତାଧିକ ଗ୍ରାମବାସୀ।

ସୂଚନା ମୁତାବକ, ଗୋହିରା ପମ୍ପଘର ଅଧୀନରେ ତେଲିପାଳ ପଞ୍ଚାୟତର ଗୋହିରା, ପୋଲସାହି ଓ ତୋଟାସାହିର ଶତାଧିକ ପରିବାର ନିର୍ଭରଶୀଳ ଥିବା ବେଳେ ୩ ମାସ ହେବ ପମ୍ପ ପୋଡିଯିବା କାରଣରୁ ଲୋକମାନେ ଟୋପାଏ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି।

ଏ ବାବଦରେ ସ୍ଥାନୀୟ ସରପଞ୍ଚ ଓ ଅନ୍ୟ ନେତାମାନଙ୍କୁ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳିନଥିଲା। ଏହି କାରଣରୁ ଗ୍ରାମର ଶତାଧିକ ମହିଳା ବାଧ୍ୟ ହୋଇ ଗରା ,ବାଲ୍ଟି ଧରି ଶେରଗଡ ଝରଣଘାଟୀ ୧୯ ନଂ ରାଜ୍ୟ ରାଜପଥରେ ଧାରଣା ଦେଇଛନ୍ତି। ଫଳରେ ଶତାଧିକ ସ୍କୁଲ ,କଲେଜ ଓ ଯାତ୍ରୀ ମାନଙ୍କ ଯାତାୟତ ବାଧାପ୍ରାପ୍ତ ହୋଇଛି । ପାଣି ସମସ୍ୟା ଦୂର କରାନଗଲା ପର୍ଯ୍ୟନ୍ତ ଧାରଣରୁ ଉଠିବେନାହିଁ ବୋଲି କହିଛନ୍ତି ଧାରଣାକାରୀ।

ସମ୍ବନ୍ଧିତ ଖବର