ଛେଳିଚାଷୀଙ୍କୁ ସ୍ୱାବଲମ୍ବୀ କରାଇବା ପାଇଁ କର୍ମଶାଳା

ରାଇରଙ୍ଗପୁର/ବହଳଦା: ଛେଳିଚାଷୀଙ୍କୁ ସ୍ୱାବଲମ୍ବୀ କରିବା ସହିତ ଅଧିକ ଅର୍ଥ ରୋଜଗାର କରାଇବା ପାଇଁ ଗୋଟ୍ ବ୍ୟାଙ୍କ୍ ଅଫ୍ ଓଡ଼ିଶା ଓ ଏମଜିପିଲ୍ ର ମିଳିତ ଉଦ୍ୟମରେ ବହଳଦା ନିକଟସ୍ଥ ବିଞ୍ଝୁଆ ଗ୍ରାମସ୍ଥିତ ଟସର ପ୍ରକଳ୍ପ କେନ୍ଦ୍ରର ସମ୍ମିଳନୀ କକ୍ଷରେ ଏକ ପ୍ରଶିକ୍ଷଣ କର୍ମଶାଳା ଆୟୋଜିତ ହୋଇଥିଲା। ଏହି କର୍ମଶାଳାରେ ଛେଳିଚାଷୀ ମାନେ ଛେଳିଚାଷ ମାଧ୍ୟମରେ କିପରି ରୋଜଗାର ବୃଦ୍ଧି କରି ପାରିବେ ସେ ବିଷୟରେ ଗୋଟ୍ ବ୍ୟାଙ୍କ୍ ଅଫ୍ ଓଡ଼ିଶାର ଦୁଇ ନିର୍ଦେଶକ ନିର୍ଦ୍ଧେଶକ ଚିନ୍ମୟ  ଦାସ ଓ ବିରେନ୍ଦ୍ର ସାହୁ ଚାଷୀମାନଙ୍କୁ ବିସ୍ତୃତ ଭାବରେ ସୂଚନା ପ୍ରଦାନ କରିଥିଲେ। ଓଡିଶା ଛେଳି ଚାଷ ରେ ବୈପ୍ଲବୀକ ପରିବର୍ତ୍ତନ ଆଣିବା ଲକ୍ଷ୍ୟରେ ଗୋଟ ବ୍ୟାଙ୍କ ଅଫ ଓଡିଶାର ମୂଳ ଲକ୍ଷ ଥିବାବେଳେ ଏମଜିପିଲ୍ (ମୟୁରଭଞ୍ଜ ଗ୍ରାଣ୍ଡ ପ୍ରିମିଆର ଲିମିଟେଡ଼)ର ସହଯୋଗ ରେ ଏହି ଲକ୍ଷ୍ୟ ହାସଲ ପାଇଁ ଚେଷ୍ଟା କରୁଛି।
ମୟୂରଭଞ୍ଜ ଖାସି ମାଂସର ଚାହିଦା ବହୁତ ଥିଲେ ମଧ୍ୟ ସଠିକ ରକ୍ଷଣାବେକ୍ଷଣ, ଟୀକାକରଣ ଭଳି ପ୍ରାଣୀଚିକତ୍ସାର ଅଭାବ, ଆଧୁନିକ କୃଷିକର୍ମ ପାଇଁ ଜ୍ଞାନ କୌଶଳ ଓ ତାଲିମର ଅଭାବ ପାଇଁ ଚାଷୀମାନେ ଲାଭବାନ ହୋଇ ପାରୁ ନାହାଁନ୍ତି।ଚାଷୀମାନେ ଗୋଟ ବ୍ୟାଙ୍କ ଅଫ ଓଡିଶା ମାଧ୍ୟମରେ କିପରି ଲାଭବାନ ହୋଇ ପାରିବେ ପ୍ରଶିକ୍ଷଣ ଦିଆ ଯାଇଥିଲା।ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ଚାରୋଟି ବ୍ଲକର ବିଭିନ୍ନ ଗ୍ରାମରୁ ଶତାଧିକ ଚାଷୀମାନେ ସାମିଲ ହୋଇଥିଲେ। ଏଭଳି ପ୍ରଶିକ୍ଷଣ କର୍ମଶାଳା ଓ ସଚେତନା କାର୍ଯ୍ୟକ୍ରମ ଏମଜିପିଏଲ୍ ମାଧ୍ୟମରେ ଜାରି ରହିବା ନେଇ  ଏମଜିପିଲ ର ମ୍ୟାନେଜିଙ୍ଗ ଡ଼ାଇରେକ୍ଟର ତଥା ଗୋଟ୍ ବ୍ୟାଙ୍କ ଅଫ ଓଡ଼ିଶାର ନିର୍ଦେଶକ ଚିନ୍ମୟ ଦାସ ସୂଚନା ଦେଇଛନ୍ତି। ଏଥିରେ ରାଇରଙ୍ଗପୁର, ବହଳଦା, ତିରିଂ ଓ ଜାମଦା ବ୍ଲକ୍ ର ଶତାଧିକ ଛେଳି ଚାଷୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ଏହି ଅବସରରେ ସମସ୍ତଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା ।
ସମ୍ବନ୍ଧିତ ଖବର