ବିବାହ ପରେ କିଆରାଙ୍କ ସହ ଏହି କାମ କରିପାରୁନାହାନ୍ତି ସିଦ୍ଧାର୍ଥ

ମୁମ୍ବାଇ: କିଛି ମାସ ତଳେ ବିବାହ କରିଥିଲେ ବଲିଉଡର ଲୋକପ୍ରିୟ ଯୋଡି ସିଦ୍ଧାର୍ଥ ମଲହୋତ୍ରା ଓ କିଆରା ଆଡଭାନୀ। ବିବାହ ପରେ ପରେ ଦୁହେଁ ନିଜ ନିଜ କାମରେ ବ୍ୟସ୍ତ ରହିଛନ୍ତି। ବିବାହ ପରେ ପ୍ରଥମ କରି ସିଦ୍ଧାର୍ଥ ଖୁଲମ ଖୁଲା ନିଜ ‌ବୈବାହିକ ଜୀବନ ବିଷୟରେ କହିଛନ୍ତି। କରଣ ଜୋହରଙ୍କ ଲୋକପ୍ରିୟ ସୋ’ ‘କଫି ଉଇଥ୍ କରଣ-୮’କୁ ସିଦ୍ଧାର୍ଥ ମଲହୋତ୍ରା ନିଜର ଭଲ ବନ୍ଧୁ ଓ ପ୍ରଥମ ସହ-କଳାକାର ବରୁଣ ଧୱନଙ୍କ ସହ ଆସିଥିଲେ। ଏହି ସମୟରେ ସେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ କରଣ ପଚାରିଥିବା ପ୍ରଶ୍ନର ଉତ୍ତର ଦେଇଥିବା ଦେଖାଯାଇଥିଲା।

ସୋ’ର ‘ରାପିଡ୍ ଫାୟାର’ ରାଉଣ୍ଡରେ କରଣ ଜୋହର, ସିଦ୍ଧାର୍ଥ ମଲହୋତ୍ରାଙ୍କୁ ପଚାରିଥିଲେ ଯେ ସେ ତାଙ୍କ ‘ବ୍ୟାଚଲର’ ଜୀବନର କେଉଁ ଜିନିଷକୁ ଅଧିକ ମ‌ନେ ପକାଉଛନ୍ତି? ଏହି ପ୍ରଶ୍ନର ଉତ୍ତର ଦେଇ ସିଦ୍ଧାର୍ଥ କହିଥିଲେ, ‘କିଆରାଙ୍କ ସହ ଲୁଚିଲୁଚି ଦେଖା ହେବାକୁ ମୁଁ ବହୁତ ମନେ ପକାଉଛି। ବିବାହ ପରେ ସେ ସବୁ ଆଉ ହୋଇପାରୁନାହିଁ। କାରଣ କିଆରା ଏବେ ମୋ ପାଖରେ ଅଛନ୍ତି।

ତେବେ ପେସାଦାର ଜୀବନ ବିଷୟରେ କହିବାକୁ ଗଲେ ସିଦ୍ଧାର୍ଥ ମଲହୋତ୍ରାଙ୍କୁ ଶେଷ ଥର ପାଇଁ ‘ମିଶନ ମଜନୁ’ ଫିଲ୍ମରେ ଦେଖିବାକୁ ମିଳିଥିଲା ​। ଏହି ଚଳଚ୍ଚିତ୍ରରେ ତାଙ୍କ ସହ ରଶ୍ମିକା ମନ୍ଦନା ନଜର ଆସିଥିଲେ। ଅନ୍ୟପକ୍ଷରେ କିଆରା ଆଡଭାନୀ ଶେଷ ଥର ପାଇଁ କାର୍ତ୍ତିକ ଆରୟନଙ୍କ ସହ ‘ସତ୍ୟପ୍ରେମ୍ କି କଥା’ ଫିଲ୍ମରେ ନଜର ଆସିଥିଲେ।

ସମ୍ବନ୍ଧିତ ଖବର