ଫିଲ୍ମ ‘ବଦଲା’ରେ ମୋର ଦୃଶ୍ୟ ଅଧିକ ଥାଇ ମଧ୍ୟ ଏହି କାରଣ ପାଇଁ ସବୁ ଶ୍ରେୟ ଅମିତାଭ ବଚ୍ଚନଙ୍କୁ ମିଳିଥିଲା: ତାପସୀ ପନ୍ନୁ

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ତାପସୀ ପନ୍ନୁ ଓ ଅଭିନେତା ଅମିତାଭ ବଚ୍ଚନଙ୍କ ଅଭିନୀତ ଫିଲ୍ମ ‘ବଦଲା’କୁ ଦର୍ଶକଙ୍କ ଭଲପାଇବା ମିଳିଥିଲା। ଫିଲ୍ମଟି ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିବା ବେଳେ କାହାଣୀକୁ ଦର୍ଶକ ପସନ୍ଦ କରିଥିଲେ। ତେବେ ଫିଲ୍ମର ସମସ୍ତ ଶ୍ରେୟ ବିଗ୍ ବିଙ୍କୁ ଦିଆଯିବାରୁ ତାପସୀ ନିରାଶ ହୋଇଥିବା ନେଇ କହିଛନ୍ତି। ଅଭିନେତ୍ରୀ ନେହା ଧୁପିଆଙ୍କ ଚାଟ୍ ସୋ’ରେ ପହଞ୍ଚି ସେ ନିଜ ମନର କଥା କହିଥିଲେ।

Image result for taapsee-pannu-on-badla
Hindustan Times

ତାଙ୍କ ଅନୁଯାୟୀ, ଫିଲ୍ମରେ ମୁଁ ଅମିତଜୀଙ୍କଠାରୁ ଅଧିକ ଦୃଶ୍ୟର ସୁଟିଂ କରିବା ସହ ଅଧିକ ଦିନ କାମ କରିଥିଲି। କିନ୍ତୁ ଫିଲ୍ମ ରିଲିଜ୍ ହେବା ପରେ ସମସ୍ତେ ବିଗ୍ ବିଙ୍କ ଫିଲ୍ମ ବୋଲି କହିବା ଆରମ୍ଭ କରିଥିଲେ। ସଂପୂର୍ଣ୍ଣ ଫିଲ୍ମର ‌ମୁଁ ହିଁ ଛାଇ ରହିଥିଲେ ମଧ୍ୟ ମୋତେ ଫିଲ୍ମ ପାଇଁ ଶ୍ରେୟ ମିଳି ନ ଥିଲା। ଯେତେବେଳେ ମୁଁ ନିଜେ ମୋର ସ୍ବର ଉତ୍ତୋଳନ କରି କହିଥିଲି, ସେତେବେଳେ ଲୋକେ ମୋତେ ଶ୍ରେୟ ଦେବା ଆରମ୍ଭ କରିଥିଲେ। ଏଠି ପୁରୁଷମାନଙ୍କୁ ଅଧିକ ପ୍ରାଧାନ୍ୟ ଦିଆଯାଏ, ଯାହା ପାଇଁ ମୋ କାମକୁ କେହି ବି ଦେଖି ପାରି ନ ଥିଲେ।

ସମ୍ବନ୍ଧିତ ଖବର