ଡାକ୍ତରଖାନାରେ ଭର୍ତ୍ତି ହେଲେ ବଲିଉଡ ଅଭିନେତ୍ରୀ ଜରିନ୍ ଖାନ୍

ମୁମ୍ବାଇ: ଡାକ୍ତରଖାନାରେ ଭର୍ତ୍ତି ହେଲେ ବଲିଉଡ ଅଭିନେତ୍ରୀ ଜରିନ୍ ଖାନ୍। ଅଭିନେତ୍ରୀ ଜରିନ୍ ଖାନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା ପ‌ରେ ଏବେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପରୀକ୍ଷା ପରେ ଅଭିନେତ୍ରୀ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ସାମ୍ନାକୁ ଆସିଛି। ଜ୍ବର ରହିଥିବା ବେଳେ ତାଙ୍କ ଶରୀରରେ ଯନ୍ତ୍ରଣା ଅଧିକ ଥିବା ଅଭିନେତ୍ରୀ ଜଣାଇଛନ୍ତି। ସୋସିଆଲ ମିଡିଆ ମାଧ୍ୟମରେ ଅଭିନେତ୍ରୀ ଏହି ସୂଚନା ନିଜ ପ୍ରଶଂସକଙ୍କୁ ଜଣାଇଛନ୍ତି।

Zareen Khan Hospitalized Due to Dengue Urges Fans to Prioritize Precautions Need for Precautionary Measures जरीन खान हुईं अस्पताल में एडमिट, डेंगू के चलते बिगड़ी हालत, फोटो शेयर कर लोगों को दी अलर्ट रहने की सलाह
abplive

ଜରିନ୍ ଖାନ୍ ଏହା ପୂର୍ବରୁ ତାଙ୍କ ଇନଷ୍ଟାଗ୍ରାମରେ ଏକ ଷ୍ଟୋରୀ ପୋଷ୍ଟ କରିଥିଲେ ଯେଉଁଥିରେ ତାଙ୍କ ହାତରେ ଏକ ଡ୍ରପ୍ ଲାଗିଥିବା ଦେଖାଯାଇଥିଲା। ତେବେ, ପରେ ଅଭିନେତ୍ରୀ ସେହି ଷ୍ଟୋରୀକୁ ଡିଲିଟ କରିଦେଇଥିଲେ। ଏହା ପରେ ଅଭିନେତ୍ରୀ ଆଉ ଏକ ଷ୍ଟୋରୀ ରଖିଥିଲେ ଯେଉଁଥିରେ ଏକ ଗ୍ଲାସରେ ଫଳ ରସ ରଖାଯାଇଥିବା ଦେଖାଯାଇଥିଲା। ଏହି ଫଟୋ ସହିତ ଜରିନ୍ ଲେଖିଥିଲେ,  ‘ରିକଭରି ମୋଡ୍’।

ତେବେ ଜରୀନ୍ ୨୦୧୦ରେ ଦବଙ୍ଗ ଖାନ୍ ସଲମାନଙ୍କ ସହ ଫିଲ୍ମ ‘ବୀର’ ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ। ଏତେ ବଡ଼ ଷ୍ଟାରଙ୍କ ସହ ଡେବ୍ୟୁ କରିବା ପରେ ବି ଫିଲ୍ମ ଫ୍ଲପ ହୋଇଥିଲା। ଏହା ପରେ ସେ କିଛି ଫିଲ୍ମରେ କାମ କରିଥିଲେ ବି ତାଙ୍କୁ ସେଭଳି ସଫଳତା ମିଳିପାରିନାହିଁ। ଇଣ୍ଡଷ୍ଟ୍ରିରେ ଅସଫଳ ହେବା ପରେ ସେ ଅଭିନେତ୍ରୀ କଟ୍ରିନା କୈଫଙ୍କୁ ଦାୟୀ କରିଥିଲେ।

ସେ କହିଥିଲେ, ଯେତେବେଳେ ମୁଁ ବଲିଉଡରେ ଡେବ୍ୟୁ କଲି ସେତେବେଳେ ସବୁ ମୋ ପାଇଁ ନୂଆ ଥିଲା। ସବୁ ଭଲ ଲାଗୁଥିଲା। କଟ୍ରିନାଙ୍କ ସହ ଲୋକେ ତୁଳନା କରିବା ପରେ ମୁଁ ବହୁତ ଖୁସି ହୋଇଥିଲି। କାରଣ ମୁଁ ତାଙ୍କର ଜଣେ ବଡ଼ ପ୍ରଶଂସକ ଥିଲି। ହେଲେ ତାଙ୍କ ସହ ତୁଳନା କରାଯିବାଟା ମୋ କ୍ୟାରିୟର ଉପରେ ଖରାପ ପ୍ରଭାବ ପକାଇଥିଲା। କାରଣ ଇଣ୍ଡଷ୍ଟ୍ରିର ଲୋକେ ମୋତେ ମୋର ସ୍ବତନ୍ତ୍ର ପରିଚୟ ତିଆରି କରିବାକୁ ସୁଯୋଗ ଦେଲେନି। ଇଣ୍ଡଷ୍ଟ୍ରିରେ ଅଭିନୟର ଦକ୍ଷତାକୁ ଦେଖି ନୁହେଁ ବନ୍ଧୁତା ଥିଲେ କାମ ମିଳେ, ଯାହାକୁ ମୁଁ ପସନ୍ଦ କରେନି।

ସମ୍ବନ୍ଧିତ ଖବର