ହିନ୍ଦୁ ଧର୍ମ ଛାଡ଼ିଲେ କଣ ଆମକୁ ଭାରତର ନାଗରିକତା ମିଳିବ ? ପାକ୍ ଶରଣାର୍ଥୀଙ୍କ ପ୍ରଶ୍ନ

ଜୟସେଲମେର : ଗୋଟିଏ ପଟେ ରୋହିଙ୍ଗ୍ୟା ଶରଣାର୍ଥୀମାନଙ୍କୁ ମୌଳିକ ସୁବିଧା ଯୋଗାଇବାକୁ ସରକାର ଉଦ୍ୟମ କରୁଥିବେବେଳେ ଅନ୍ୟପଟେ ଭାରତର ନାଗରିକତା ଆଶାରେ ବର୍ଷ ବର୍ଷ ଧରି ପଡ଼ିରହିଥିବା ପାକିସ୍ତାନୀ ହିନ୍ଦୁମାନେ ନିରାଶ ହୋଇ ଫେରିଯାଉଛନ୍ତି । କିଛିଦିନ ତଳେ ନିରାଶ ହୋଇପଡ଼ିଥିବା ଏହି ଶରଣାର୍ଥୀମାନେ ଭାରତ ସରକାରଙ୍କୁ ପ୍ରଶ୍ନ କରିଥିଲେ, ଯଦି ମୁସଲମାନ ଧର୍ମ ଗ୍ରହଣ କରନ୍ତି, ତେବେ ସେମାନଙ୍କୁ କଣ ଭାରତର ନାଗରିକତା ମିଳିବ ?

ଏହି ଶରଣାର୍ଥୀମାନଙ୍କ ପାଇଁ କାମ କରୁଥିବା ସଂଗଠନର ସହ ପ୍ରତିଷ୍ଠାତା ଜୟ ଆହୁଜା କେନ୍ଦ୍ରମନ୍ତ୍ରୀ ହରଦୀପ ସିଂଙ୍କୁ ପ୍ରଶ୍ନ କରିଛନ୍ତି, ଯେ ଏହି ଶରଣାର୍ଥୀମାନେ ଇସଲାମ ଗ୍ରହଣ କଲେ କଣ ସେମାନଙ୍କୁ ଭାରତର ନାଗରିକତା ମିଳିବ ?

ଗତ ସପ୍ତାହରେ ଦିଲ୍ଲୀରେ ରୋହିଙ୍ଗ୍ୟାମାନଙ୍କୁ ବାସଗୃହ ଓ ଅନ୍ୟ ମୌଳିକ ସୁବିଧା ମିଳିବ ବୋଲି ହରଦୀପ କହିବା ପରେ ବିବାଦ ସୃଷ୍ଟି ହୋଇଥିଲା ।

ଏହି ଶରଣାର୍ଥୀମାନଙ୍କ ସ୍ବାର୍ଥପାଇଁ କାମ କରୁଥିବା  ଆଉ ଏକ ସ୍ବେଚ୍ଛାସେବୀ ସଂଗଠନ ସୀମାନ୍ତ ଲୋକ ସଂଗଠନର ତଥ୍ୟ ଅନୁସାରେ ଗତ ଦେଢ ବର୍ଷ ମଧ୍ୟରେ ପ୍ରାୟ ୧୫୦୦ ପାକିସ୍ତାନୀ ହିନ୍ଦୁ ଭାରତୀୟ ନାଗରିକତା ନ ପାଇଁ ପାକିସ୍ତାନ ଫେରିବାକୁ ବାଧ୍ୟ ହୋଇଛନ୍ତି । ଚଳିତ ବର୍ଷ ଜୁଲାଇ ସୁଦ୍ଧା ପ୍ରାୟ ୩୩୪ ଜଣ ପାକିସ୍ତାନୀ ହିନ୍ଦୁ ନିରାଶ ହୋଇ ପାକିସ୍ତାନ ଫେରିଯାଇଛନ୍ତି ।

ଫେରିଯାଇଥିବା ଅଧିକାଂଶ ହିନ୍ଦୁ ଗରିବ ଶ୍ରେଣୀର ଓ ନାଗରିକତା ପାଇବା ପାଇଁ ଆବଶ୍ୟକ ପ୍ରକ୍ରିୟା ନିମନ୍ତେ ସେମାନଙ୍କ ପାଖରେ ଅର୍ଥ ନଥିଲା । ସେମାନେ ପାକିସ୍ତାନରେ ଅତ୍ୟାଚାରର ସମ୍ମୁଖୀନ ହୋଇନପାରି ପ୍ରାଣ ବିକଳରେ ଭାରତ ପଳାଇଆସିଥିଲେ, କିନ୍ତୁ ଭାରତରେ ସେମାନଙ୍କୁ ନାଗରିକତା ନ ମିଳିବା ପରେ ସେମାନେ ଫେରିଯାଇଛନ୍ତି ।

ସମ୍ବନ୍ଧିତ ଖବର