ଶ୍ରମିକ ପାଇଲେ ପୋତାଧନ, ଲୁଟିନେଲେ ପୁଲିସ୍

ଅଲିରାଜପୁର : ମଧ୍ୟପ୍ରଦେଶର ଅଲିରାଜପୁର ଜିଲ୍ଲାରେ ଶନିବାର ଜଣେ ଇନ୍ସପେକ୍ଟରଙ୍କ ସମେତ ୪ ଜଣ ପୁଲିସ କର୍ମଚାରୀଙ୍କୁ ଗିରଫ କରାଯାଇଛି। ସେମାନେ ଶ୍ରମିକମାନେ ପାଇଥିବା ପ୍ରାୟ ୨୩୯ଟି ପୁରୁଣା ସୁନା ମୁଦ୍ରା ଲୁଟ୍ କରିଥିବା ଅଭିଯୋଗ ହୋଇଛି।

ଘଟଣାଟି ଗତ ମାସରେ ଘଟିଥିଲା । ଗୁଜରାଟର ନବସାରି ଜିଲ୍ଲାରେ ଏକ ପୁରୁଣା ଘର ଖନନ ସମୟରେ ଶ୍ରମିକମାନେ ପ୍ରାୟ ୨୪୦ଟି ସୁନା ମୁଦ୍ରା ପାଇଥିଲେ। ମିଳିଥିବା ସୁନା ମୁଦ୍ରା ବ୍ରିଟିଶ କାଳର ବୋଲି କୁହାଯାଉଛି। ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ ଜୁଲାଇ ୧୯ ତାରିଖରେ ସାଦା ପୋଷାକରେ ୪ ଜଣ ପୁଲିସ କର୍ମୀ ରାମକୁବାଇ ନାମକ ମହିଳାଙ୍କ ଘରେ ବଳପୂର୍ବକ ପଶି ୨୩୯ଟି ସୁନା ମୁଦ୍ରା ନେଇଯାଇଥିଲେ। ଏହି ମହିଳା  ହିଁ ନିଜର ଏକ ପୁରୁଣା ଘରକୁ ଭାଙ୍ଗିବାକୁ ଶ୍ରମିକମାନଙ୍କୁ ନିୟୋଜିତ କରିଥିଲେ।

୪ ଜଣ ପୁଲିସ ସାଧା ପୋଷାକରେ ଆସି ସୁନା ଲୁଟି ନେବା ପରେ ସେ ପୁଲିସ ଷ୍ଟେସନରେ ଅଭିଯୋଗ କରିଥିଲେ । ସୁନା ମୁଦ୍ରା ଭର୍ତ୍ତି ବ୍ୟାଗ୍ ର ମୂଲ୍ୟ କୋଟି କୋଟି ଟଙ୍କା ବୋଲି କୁହାଯାଉଛି। ମାମଲା ରୁଜ୍ଜୁ ହେବା ପରେ ପୁଲିସ ପକ୍ଷରୁ ଏକ ଏସଆଇଟି ଗଠନ କରାଯାଇଥିଲା । ପ୍ରାୟ ମାସେ ଅନୁସନ୍ଧାନ କରିବା ପରେ ଏସଆଇଟି ଫେରାର ଥିବା ଉକ୍ତ ପୁଲିସ କର୍ମତାରୀମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି ।

ଏହି ଭଣ୍ଡାର ଏବେ ବି ହଜିଯାଇଛି ଏବଂ ଅନୁସନ୍ଧାନକାରୀଙ୍କ ପାଖରେ କେବଳ ଗୋଟିଏ ମୁଦ୍ରା ରହିଛି । ଏହି ଲୋକମାନେ ଏହାକୁ କେଉଁଠି ଲୁଚାଇ ନାହାନ୍ତି ବୋଲି ଆଶଙ୍କା କରାଯାଉଛି। କେବଳ ଗୋଟିଏ ମୁଦ୍ରାକୁ ଇନ୍ଦୋରର ପ୍ରତ୍ନତତ୍ତ୍ୱ ବିଭାଗକୁ ପଠାଯାଇଛି।

 

 

ସମ୍ବନ୍ଧିତ ଖବର