ପଛରୁ ଧକ୍କା ଦେଲା ଟ୍ରକ, ବାଇକରୁ ଛିଟିକି ପଡ଼ିବାରୁ ଉଡ଼ିଗଲା ପୁଲିସ କର୍ମଚାରୀଙ୍କ ପ୍ରାଣବାୟୁ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର କୌଶାମ୍ବି ଜିଲ୍ଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏକ ଟ୍ରକ ଧକ୍କାରେ ଜଣେ ହେଡ କନଷ୍ଟେବଳଙ୍କ ପ୍ରାଣବାୟୁ ଉଡ଼ିଯାଇଛି। ମୃତ ହେଡ କନଷ୍ଟେବଳଙ୍କ ନାମ ବଲବୀର ସିଂହ ଯାଦବ ବୟସ ୩୨ବର୍ଷ ବୋଲି ଜଣାପଡ଼ିଛି।

ଏହି ଘଟଣା ବିଷୟରେ ପୁଲିସ ଇନ୍ସପେକ୍ଟର ବୃଜେଶ କୁମାର ଶ୍ରୀବାସ୍ତବ କହିଛନ୍ତି, ହେଡ କନଷ୍ଟେବଳ ବଲବୀର ସିଂହ ଯାଦବ (୩୨) ପ୍ରାୟ ୪ଟା ସମୟରେ ମୋଟରସାଇକେଲରେ ଜରୁରୀ କାମରେ ଯାଉଥିଲେ। ଏହି ସମୟରେ ସେନି ବସ ଷ୍ଟେସନ ନିକଟ ଦେଇ ଏକ ଦ୍ରୁତଗତିରେ ଟ୍ରକ ଆସୁଥିଲା। ଏହି ଟ୍ରକ ହେଡ କନଷ୍ଟେବଳଙ୍କୁ ପଛରୁ ଧକ୍କା ଦେଇଥିଲା। ଫଳରେ ବଲବୀର ସିଂହ ଯାଦବ ରାସ୍ତାକୁ ଛିଟିକି ପଡ଼ିଥିଲେ। ଆଉ ଗୁରୁତର ‌ଆହତ ହୋଇଥିଲେ। ସ୍ଥାନୀୟଲୋକେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ବଲବୀରଙ୍କୁ ମୃତ ଘୋଷଣା କରିଥିଲେ।

ଏହାପରେ ଏହି ଦୁଃଖଦ ଘଟଣା ସମ୍ପର୍କ‌ରେ ବଲବୀରଙ୍କ ପରିବାରଲୋକଙ୍କୁ ଖବର ଦିଆଯାଇଥିଲା। ଖବର ପାଇ ପରିବାରଲୋକ ହସ୍ପିଟାଲରେ ପହଞ୍ଚିଥି‌ଲେ। ବଲବୀରଙ୍କ ବ୍ୟବଚ୍ଛେଦ ପରେ ପରିବାରଲୋକଙ୍କୁ ମୃତଦେହ ହସ୍ତ‌ାନ୍ତର କରି ଦିଆଯାଇଥିଲା। ତେବେ ହଠାତ ବଲବୀରଙ୍କ ଏଭଳି ମୃତ୍ୟୁ ଖବର ଶୁଣିବା ପରେ ତାଙ୍କ ପରିବାର ଉପରେ ଦୁଃଖ‌ର ପାହାଡ଼ ଭାଙ୍ଗି ପଡ଼ିଛି। ବଲବୀରଙ୍କ ମା’ ତାର ବଢ଼ିଲା ପୁଅକୁ ହରାଇ ଚେତାଶୂନ୍ୟ ହୋଇପଡ଼ୁଛି।

ସମ୍ବନ୍ଧିତ ଖବର