ପାକିସ୍ତାନର ଦ୍ୱିତୀୟ ବୃହତ୍ତମ ନୌସେନା ଏୟାରବେସ୍ ଉପରେ ଆକ୍ରମଣ: ୪ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କଲେ କରି ସୁରକ୍ଷା ବାହିନୀ

ଇସଲାମାବାଦ: ଆତଙ୍କବାଦୀମାନେ ସୋମବାର ରାତିରେ ପାକିସ୍ତାନର ଅଶାନ୍ତ ବାଲୁଚିସ୍ତାନ ପ୍ରଦେଶର ତୁର୍ବତ ଅନ୍ତର୍ଜାତୀୟ ବିମାନବନ୍ଦର ଏବଂ ନାଭାଲ ଏୟାର ବେସ ଉପରେ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ପାକିସ୍ତାନୀ ସୁରକ୍ଷା ବାହିନୀ ନୌସେନାର ଏୟାରବେସ ଉପରେ ହୋଇଥିବା ଆକ୍ରମଣ ଉଦମ୍ୟକୁ ପଣ୍ଡ କରିବା ସହିତ ଖଣ୍ଡନ ୪ ଜଣ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରିଛନ୍ତି। ଏହି ଆକ୍ରମଣରେ ସିଦ୍ଦିକ ଏୟାରବେସରେ କୌଣସି କ୍ଷତି ହୋଇ ନାହିଁ। ଅଧିକାରୀମାନେ କହିଛନ୍ତି ଯେ ଯେତେବେଳେ ଆତଙ୍କବାଦୀମାନେ ବାଲୁଚିସ୍ତାନର ତୁର୍ବାଟ ଜିଲ୍ଲାର ନୌସେନା ବେସ୍ ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ, ସେମାନଙ୍କୁ ତୁରନ୍ତ ଚିହ୍ନଟ କରାଯାଇ ଗୁଳିଚାଳନା କରାଯାଇଥିଲା। ତେବେ ପାକିସ୍ତାନୀ ସେନା ଏପର୍ଯ୍ୟନ୍ତ ଏହି ଘଟଣା ସମ୍ପର୍କରେ କୌଣସି ମନ୍ତବ୍ୟ ଦେଇନାହିଁ।

ପ୍ରାରମ୍ଭିକ ରିପୋର୍ଟରେ କୁହାଯାଇଛି ଯେ ସୋମବାର ରାତିରେ ଆତଙ୍କବାଦୀମାନେ ତୁର୍ବତ ଅନ୍ତର୍ଜାତୀୟ ବିମାନବନ୍ଦର (ଟିୟୁକେ) ଏବଂ ପାକିସ୍ତାନର ଦ୍ୱିତୀୟ ବୃହତ୍ତମ ନୌସେନା ଏୟାର ଷ୍ଟେସନ ପିଏନଏସ ସିଦ୍ଦିକ ଉପରେ ଆକ୍ରମଣ କରିଥିଲେ। ଉଭୟ ସ୍ଥାନରେ ପ୍ରବଳ ଗୁଳି ବିନିମୟ ହୋଇଥଲା। ବାଲୁଚିସ୍ତାନ ପୋଷ୍ଟର ସମ୍ବାଦ ଏଜେନ୍ସି କହିଛି ଯେ ତୁର୍ବାତରେ ପାକିସ୍ତାନର ଦ୍ୱିତୀୟ ବୃହତ୍ତମ ନୌସେନା ଏୟାର ଷ୍ଟେସନ ପିଏନଏସ ସିଦ୍ଦିକ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏହି ଅଞ୍ଚଳରେ ଅନେକ ବିସ୍ଫୋରଣ ହୋଇଥିବା ମଧ୍ୟ ସୂଚନା ମିଳିଛି। ଆତଙ୍କବାଦୀ ଆକ୍ରମଣ ପରେ ସ୍ୱାସ୍ଥ୍ୟ ଅଧିକାରୀମାନେ ତୁର୍ବାତ ଡାକ୍ତରଖାନାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି ଏବଂ ସମସ୍ତ ଡାକ୍ତରଙ୍କୁ ତୁରନ୍ତ ଡ୍ୟୁଟି ପାଇଁ ରିପୋର୍ଟ କରିବାକୁ କୁହାଯାଇଛି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ନିଷିଦ୍ଧ ବାଲୁଚିସ୍ତାନ ଲିବରେସନ୍ ଆର୍ମି (ବିଏଲ୍ଏ) ର ମାଜିଦ୍ ବ୍ରିଗେଡ୍ ତୁର୍ବାତରେ ନୌସେନା ଏୟାରବେସ୍ ଉପରେ ହୋଇଥିବା ଆକ୍ରମଣ ପାଇଁ ଦାୟୀ ବୋଲି ଦାବି କରିଛି। ମାଜିଦ୍ ବ୍ରିଗେଡ୍ ପକ୍ଷରୁ ବାଲୁଚିସ୍ତାନ ପ୍ରଦେଶରେ ଚୀନର ପୁଞ୍ଜି ବିନିଯୋଗକୁ ବିରୋଧ କରାଯାଉଛି। ଏହି ସଂଗଠନ ଅଭିଯୋଗ କରିଛି ଯେ ଚୀନ୍ ଏବଂ ପାକିସ୍ଥାନ ଏହି ଅଞ୍ଚଳର ସମ୍ବଳର ଅପବ୍ୟବହାର କରୁଛନ୍ତି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ବିଏଲ୍ଏ ଦାବି କରିଛି ଏହାର ଅନେକ ଯୋଦ୍ଧା ଏୟାରବେସରେ ପ୍ରବେଶ କରିଛନ୍ତି। ଏହି ଏୟାରବେସରେ ଚାଇନାର ଡ୍ରୋନ୍ ମଧ୍ୟ ନିୟୋଜିତ ହୋଇଛି।

ସମ୍ବନ୍ଧିତ ଖବର