ରୁଷ୍‌ ଅଧିକୃତ ସହରରେ ଆକ୍ରମଣ, ୧୬ ମୃତ

ଓଡେସା (ୟୁ‌କ୍ରେନ୍‌): ରୁଷ୍‌ ଅଧିକୃତ ଏକ ସହର ଉପରେ ଆଜି ସକାଳେ ୟୁକ୍ରେନ୍‌ ଆକ୍ରମଣ କରିଛି। ଏଥିରେ ୧୬ ଜଣଙ୍କ ମୃତ୍ୟୁ ଘଟିଛି। ରୁଷ୍‌ ସେନାର ବରିଷ୍ଠ ଅଧିକାରୀ ୟେଭେଗ୍ନି ବାଲ୍‌ଟ୍‌ସ୍କି ଏନେଇ‌ ସାମାଜିକ ଗଣମାଧ୍ୟମ ଟେଲିଗ୍ରାମ୍‌ରେ ସୂଚିତ କରିଛନ୍ତି। ସେ କହିଛନ୍ତି, ଶୁକ୍ରବାର ରାତିରୁ ‌ରୁଷ୍‌ ସେନାବାହିନୀ ଅବସ୍ଥିତ ଥିବା ଟୋକ୍‌ମାକ୍‌ ସହର ଓ ୟୁକ୍ରେନ୍‌ର ଦକ୍ଷିଣପ୍ରାନ୍ତର ଅଧିକୃତ ଜାପୋରି ଝିଆରେ ୟୁକ୍ରେନ୍‌ ପକ୍ଷରୁ ବୋମାମାଡ଼ ହୋଇଛି। ଏଥିରେ ୨୦ଜଣ ଆହତ‌ ହୋଇଥିବା ବେଳେ ୧୨ଜଣଙ୍କ ଅବସ୍ଥା ଗୁରୁତର ରହିଛି। ରବିବାର ଜାପୋରିଝାଝିଆରେ ହୋଇଥିବା ‌ବୋମାମାଡ଼ରେ ୧୬ଜଣଙ୍କ ମୃତ୍ୟୁ ଘଟିଛି। ଏହି ଆକ୍ରମଣର ଭୟାନକ ଜବାବ ମିଳିବ ବୋଲି ରୁଷ୍‌ ଘୋଷଣା କରିଥିବାରୁ ୟୁକ୍ରେନ୍‌ ସୀମାବର୍ତ୍ତୀ ଅଂଚଳରେ ଆତଙ୍କ ଖେଳିଯାଇଛି।

ସମ୍ବନ୍ଧିତ ଖବର