ମୁମ୍ବାଇ ବିଲଡରଙ୍କୁ ବମ୍ବେ ହାଇକୋର୍ଟଙ୍କ ଚେତାବନୀ, ସୁପରଟେକ୍‌ର ଟ୍ବିନ ଟାୱାର ଦଶା ଭୋଗିପାର

ମୁମ୍ବାଇ : ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ ସତ୍ତ୍ବେ ଖେଳପଡ଼ିଆରେ ମୁମ୍ବାଇର ଏକ ବିଲଡର କୋଠା ନିର୍ମାଣ କାର୍ଯ୍ୟ ଚଳାଇଥିବାରୁ ବମ୍ବେ ହାଇକୋର୍ଟ ଏହାକୁ ସତର୍କ କରାଇ ଦେଇଛନ୍ତି। ସୁପରଟେକର ବେଆଇନ ଭାବେ ନିର୍ମାଣ ହୋଇଥିବା ଟ୍ବିନ ଟାୱାର ଭଳି ଦଶା ତୁମେ ଭୋଗିପାର ବୋଲି ଆଗତ ଜନସ୍ବାର୍ଥ ମାମଲାର ଶୁଣାଣି ବେଳେ ମୁଖ୍ୟ ବିଚାରପତି ଦୀପଙ୍କର ଦତ୍ତ ଏବଂ ବିଚାରପତି ଏମ୍‌ଏସ୍‌ କାର୍ଣ୍ଣିକଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି।

ହାଇକୋର୍ଟ ଗତ ସପ୍ତାହରେ ଜଣେ ଆର୍କିଟେକ୍ଟଙ୍କୁ ଘଟଣାସ୍ଥଳକୁ ପଠାଇଥିଲେ। ସୁପ୍ରିମକୋର୍ଟଙ୍କର ୧୯୯୫ ମସିହାର ନିର୍ଦ୍ଦେଶକୁ ଉଲ୍ଲଂଘନ କରି ବିଲଡର ମୁମ୍ବାଇ ଉପକଣ୍ଠ ଖରରେ କେତେ ବେଆଇନ ନିର୍ମାଣ କରିଛନ୍ତି ତାହା ରିପୋର୍ଟ ପାଇବା ଲାଗି ହାଇକୋର୍ଟ ଜଣେ ଆର୍କିଟେକ୍ଟଙ୍କୁ ଗତ ସପ୍ତାହରେ ପ୍ରକଳ୍ପ ସ୍ଥଳକୁ ପଠାଇଥିଲେ। ଆର୍କିଟେକ୍ଟ ରିପୋର୍ଟ ଦାଖଲ କରିବା ପରେ ଉକ୍ତ ମାମଲାର ଆଜି ଶୁଣାଣି ହୋଇଛି। ଆସନ୍ତାମାସ ୨୦ ତାରିଖରେ ପରବର୍ତ୍ତୀ ଶୁଣାଣି କରିବାକୁ ଖଣ୍ଡପୀଠ ସ୍ଥିର କରିଛନ୍ତି।

ସମ୍ବନ୍ଧିତ ଖବର