ଡିପଫେକ ହେତୁ ବୃଦ୍ଧି ପାଉଛି ପର୍ଣ୍ଣ ବ୍ୟବସାୟ

ନୂଆଦିଲ୍ଲୀ: ଇଣ୍ଟରନେଟରେ ପାଖାପାଖି ୧ଲକ୍ଷ ଡିପଫେକ ପର୍ଣ୍ଣ ଭିଡିଓ ମହଜୁଦ ରହିଥିବା ବେଳେ କିଛିଦିନ ହେବ ପ୍ରତିଦିନ ଶହେରୁ ଅଧିକ ପର୍ଣ୍ଣ ଭିଡିଓ କ୍ଲିପ ଇଣ୍ଟରନେଟରେ ଅପଲୋଡ କରାଯାଉଛି। କେବଳ ଏତିକି ନୁହେଁ, ଏମିତି କିଛି ପ୍ଲାଟଫର୍ମ ରହିଛି ଯାହାକି ମାତ୍ର ୪୦ଟଙ୍କାରେ ଡିପଫେକ ଭିଡିଓ ପ୍ରସ୍ତୁତ କରି ଦେଉଛି।

ଏହି କ୍ରମରେ ଖବର ଆସୁଛି କି ଲୋକେ କାହିଁକି ଏତେ ପରିମାଣର ଭିଡିଓ ଅପଲୋଡ କରୁଛନ୍ତି, ଏହା କ’ଣ ମଜାମସ୍ତି ପାଇଁ କରାଯାଉଛି କି?

ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଛି କି, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ମାଧ୍ୟମରେ ଡିପଫେକ ପର୍ଣ୍ଣଗ୍ରାଫି ଏକ ବ୍ୟବସାୟ ପାଲଟି ଯାଇଛି। ସିନ୍ଥେଟିକ ପର୍ଣ୍ଣ ଅନେକ ବର୍ଷ ହେବ ଥିଲା, ଏବେ ଏଆଇ ଓ ଟେକ୍ନୋଲୋଜି ସାହାଯ୍ୟରେ ଏହି କାମ ସହଜ ହୋଇଯାଇଛି। ଏତଦ ଦ୍ବାରା ଲୋକେ ଅଧିକରୁ ଅଧିକ ଭିଡିଓ କ୍ରିଏଟ ଓ ଡିଷ୍ଟ୍ରିବ୍ୟୁଟ କରି ଅର୍ଥ ରୋଜଗାର କରୁଛନ୍ତି।

ଷ୍ଟେଟ ଅଫ ଡିପଫେକ ରିପୋର୍ଟ ୨୦୨୩ ମୁତାବକ, ୨୦୨୩ରୁ ୨୦୧୯ ତୁଳନାରେ ୫୫୦ ପ୍ରତିଶତର ଲାଭ ହୋଇଛି। ଆମେରିକା ଅଧୀନସ୍ଥ ଅନଲାଇନ ଟ୍ରାଫିକ ଏନାଲିଟିକ୍ସ ସିର୍ଭିସ ସେମରୁସ ମୁତାବକ, ଜୁଲାଇ ଓ ଅଗଷ୍ଟ ମାସ ମଧ୍ୟରେ ଶୀର୍ଷ ୧୦ଟି ୱେବସାଇଟ ଏକ୍ସକ୍ଲୁସିବଲି ଡିପଫେକ ପର୍ଣ୍ଣକୁ ହୋଷ୍ଟ କରିଥିଲା। ଯଦ୍ବାରା ୩୦କୋଟି ଭ୍ୟୁ ମିଳିଥିଲା।

ଆପଣଙ୍କ ମନରେ ପ୍ରଶ୍ନ ଆସିପାରେ କି ଡିପଫେକ ହେତୁ ଲୋକଙ୍କୁ ଓ କମ୍ପାନିକୁ କିପରି ଫ‌ାଇଦ‌ା ମିଳୁଛି। ତେବେ ଜଣାଇଦେବାକୁ ଚାହିଁବୁ କି ଡିପଫେକ ଜରିଆରେ ଫେକଭିଡିଓ ପ୍ରସ୍ତୁତ କରାଯିବାରୁ ବାସ୍ତବ ଦୁନିଆରେ ରହୁଥିବା ଲୋକଙ୍କ ଉପରେ ଏହାର ପ୍ରଭାବ ପଡ଼ୁଛି। ଏହାକୁ ଆଧାର କରି କିଛିଲୋକ ବ୍ଲାକମେଲିଂର କାମ କରି ଲୋକଙ୍କ ଠାରୁ ମୋଟା ଅଙ୍କର ରାଶି ଆଦାୟ କରୁଛନ୍ତି।

ସମ୍ବନ୍ଧିତ ଖବର