ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲା : ହିଜବୁଲ ଆତଙ୍କବାଦୀଙ୍କ ବିରୋଧରେ ଇଡି ଚାର୍ଜସିଟ୍

ଶ୍ରୀନଗର : ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କଶ୍ମୀରରେ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ଚାର୍ଜସିଟ୍ ଦାଖଲ କରିଛି । ଏହି ଚାର୍ଜସିଟରେ ହିଜବୁଲ ମୁଜାହିଦ୍ଦିନର କିଛି ଆତଙ୍କବାଦୀଙ୍କ ନାମ ରହିଛି।

ଇଡି ପକ୍ଷରୁ ଶନିବାର ଏକ ବିବୃତିରେ କୁହାଯାଇଛି ଯେ ଜାନୁଆରୀ ୨୫ ରେ ଶ୍ରୀନଗରର ଏକ ସ୍ୱତନ୍ତ୍ର ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (ପିଏମଏଲଏ) କୋର୍ଟରେ ଚାର୍ଜସିଟ୍ ଦାଖଲ କରାଯାଇଥିଲା। ଏଥିରେ ମୁଦାସିର ଅହମ୍ମଦ ଶେଖ୍, ମୁସ୍ତାକ ଅହମ୍ମଦ କାମ୍ବେ ଏବଂ ମହମ୍ମଦ ଇକବାଲ ଖାନଙ୍କ ନାମ ରହିଛି।

ଇଡି କହିଛି ଯେ କୋର୍ଟ ଚାର୍ଜସିଟ୍ କୁ ଗ୍ରହଣ କରିଛନ୍ତି ଏବଂ ଶୁଣାଣି ଆରମ୍ଭ କରିବାକୁ ଅଭିଯୁକ୍ତମାନଙ୍କୁ ନୋଟିସ୍ ଜାରି କରିଛନ୍ତି। ଇଡି ମନି ଲଣ୍ଡରିଂ ମାମଲା ଜୁଲାଇ ୨୦୧୫ରେ ଜମ୍ମୁ-କଶ୍ମୀର ପୋଲିସ (କୁଲଗାମ ଜିଲ୍ଲା) ଦ୍ୱାରା ମୁଦାସିର ଅହମ୍ମଦ ଶେଖ୍, ମୁସ୍ତାକ ଅହମ୍ମଦ କାମ୍ବେ, ମହମ୍ମଦ ଇକବାଲ ଖାନ, ମହମ୍ମଦ ଅବ୍ବାସ ଶେଖ୍ ଏବଂ ତୌସିଫ ଅହମ୍ମଦ ଶେଖଙ୍କ ବିରୋଧରେ ଦାୟର ହୋଇଥିବା ଏଫଆଇଆର ସହିତ ଜଡ଼ିତ। ଭାରତୀୟ ଦଣ୍ଡବିଧି ସଂହିତା ଏବଂ ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (ୟୁଏପିଏ) ଅଧୀନରେ ଏହି ଏଫ୍ଆଇଆର୍ ରୁଜୁ ହୋଇଛି। ସୁରକ୍ଷା ବାହିନୀ ସହ ଏନକାଉଣ୍ଟରରେ ଅବ୍ବାସ ଶେଖ୍ ଓ ତୌସିଫ ଅହମ୍ମଦ ଶେଖ୍ ନିହତ ହୋଇଥିଲେ।

 

ସମ୍ବନ୍ଧିତ ଖବର