ଘର ବାହାରେ ଶିକ୍ଷୟିତ୍ରୀ ପରିସ୍ରା କରିବା ନେଇ ମିଥ୍ୟା ଅଭିଯୋଗ କରି ପୁଅକୁ ଲଗାଇ ମାଡ଼ ମାରିଲେ ପଡ଼ିଶା

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଲାତୁରରେ ଜଣେ ମହିଳା ଶିକ୍ଷୟିତ୍ରୀଙ୍କୁ ମାଡ଼ ମାରିବା ଘଟଣା ସାମ୍ନାକୁ ଆସିଛି।

ପୁଲିସ ସୂତ୍ରରୁ ପ୍ରକାଶ, ମହିଳା ଶିକ୍ଷୟିତ୍ରୀଙ୍କ ବିରୋଧରେ ଅଭିଯୋଗ ହୋଇଥିଲା କି, ଉକ୍ତ ଶିକ୍ଷୟିତ୍ରୀ ଜଣକ ଘର ବ‌ାହାରେ ପରିସ୍ରା କରିଥିଲେ। ଏହାକୁ କେନ୍ଦ୍ର କରି ପଡ଼ିଶାରେ ରହୁଥିବା ସ୍ବାମୀ-ସ୍ତ୍ରୀ ତାଙ୍କ କ୍ରିକେଟର ପୁଅକୁ କୁହାଇ ଶିକ୍ଷୟିତ୍ରୀଙ୍କୁ ମାଡ଼ ମାରିଥିଲେ। ଏହି ଘଟଣାରେ ପୁଲିସ ଯାଞ୍ଚ ଆରମ୍ଭ କରିଛି।

ପଡ଼ିଶାଲୋକଙ୍କ କ୍ରିକେଟର ପୁଅମାଡ଼ରେ ଶିକ୍ଷୟିତ୍ରୀ ଗୁରୁତର ଆହତ ହୋଇଥିଲେ। ତେଣୁ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲ‌ରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲରେ ଡାକ୍ତର ଗୁରୁତର ଆହତ ଶିକ୍ଷୟିତ୍ରୀଙ୍କ ହାତର ପ୍ଲାଷ୍ଟର କରିବା ପରେ ତାଙ୍କୁ ହସ୍ପିଟାଲରୁ ଛୁଟି ଦେଇ ଦେଇଥିଲେ। ହାତର ପ୍ଲାଷ୍ଟର ବ୍ୟତୀତ ଶିକ୍ଷୟିତ୍ରୀଙ୍କ ଶରୀରର ଅନେକ ଅଂଶରେ ବି ଆଘାତ ଲାଗିଥିଲା।  ଏହି ଘଟଣା ପରେ ଦମ୍ପତି ଓ ତାଙ୍କ ପୁଅ ଘରୁ ଫେରାର ହୋଇଯାଇଛନ୍ତି।

ଏହି ଘଟଣାକୁ ନେଇ ପୀଡ଼ିତା ଶିକ୍ଷୟିତ୍ରୀ କହିଛନ୍ତି,‘ମୋର ଘର ପଡ଼ିଶାଘର ଠାରୁ ୧୦୦ମିଟର ଦୂରରେ ଅବସ୍ଥିତ। ମୁଁ କାହିଁକି କ‌ାହାରି ଘର ବାହାରେ ପରିସ୍ରା କରିବି।’

ପୀଡ଼ିତା ସଙ୍ଗୀତା ଭୋସଲେଙ୍କ ଅଭିଯୋଗ କ୍ରମେ ପୁଲିସ ଘଟଣାସ୍ଥଳରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା। ଯେଉଁଥିରେ ପଡ଼ିଶା କରିଥିବା ଅଭିଯୋଗର କୌଣସି ପ୍ରମାଣ ମିଳି ନଥିଲା। ଏହାପରେ ପୁଲିସ ଭାରତୀୟ ଦଣ୍ଡବିଧାନ ଆଇନ ଅନୁଯାୟୀ ଧାରା ୩୨୪, ୩୨୩, ୫୦୪, ୫୦୬, ୩୪ ଆଧାରରେ ଶିବାଜୀ ନଗର ପୁଲିସ ଷ୍ଟେସନରେ ଦମ୍ପତି ଓ ତାଙ୍କ ପୁଅ ବିରୋଧ ମାମଲା ରୁଜୁ କରିଛି।।

ସମ୍ବନ୍ଧିତ ଖବର