ଆପ୍‌ରେ ଯୋଗଦେବେ ବେଙ୍ଗାଲୁରୁର ପୂର୍ବତନ ପୁଲିସ କମିଶନର ଭାସ୍କର ରାଓ

ନୂଆଦିଲ୍ଲୀ: ବେଙ୍ଗାଲୁରୁର ପୂର୍ବତନ ପୁଲିସ କମିଶନର ଭାସ୍କର ରାଓ ସୋମବାର ଆମ୍‌ ଆଦମୀ ପାର୍ଟି (ଆପ୍‌)ରେ ଯୋଗଦେବେ ଯୋଗଦେବାକୁ ଯାଉଛନ୍ତି। ରାଓଙ୍କୁ ଦଳରେ ସାମିଲ କରିବା ପାଇଁ ବେଙ୍ଗାଲୁରୁରେ ଆୟୋଜିତ ହେବାକୁ ଥିବା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍‌ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ଯୋଗଦେବେ।
ଭାସ୍କର ରାଓ ହେବେ ପ୍ରଥମ ପ୍ରାର୍ଥୀ ଯାହାଙ୍କୁ କର୍ଣ୍ଣାଟକରେ ୨୦୨୩ ବିଧାନସଭା ନିର୍ବାଚନ ପୂର୍ବରୁ ଆପ୍‌ ଦଳରେ ଅନ୍ତର୍ଭୁକ୍ତ କରିବ। କର୍ଣ୍ଣାଟକ ବିଦାନସଭା ନିର୍ବାଚନରେ ସେ ବେଙ୍ଗାଲୁରୁର ବାସଭାନାଗୁଡି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବାର ସମ୍ଭାବନା ରହିଛି।

ଭାସ୍କର ରାଓ ମଧ୍ୟ ଦଳର ବ୍ରାହ୍ମଣ ଚେହେରା ଭାବରେ କାର୍ଯ୍ୟ କରିବେ। ଆପ୍‌ରେ ତାଙ୍କର ଉପସ୍ଥିତି ଦଳ ପାଇଁ ଲାଭପ୍ରଦ ହେବ କାରଣ ସେ ବେଙ୍ଗାଲୁରୁର ସ୍ଥାନୀୟ ବାସିନ୍ଦା ଅଟନ୍ତି। ସେ ଡେପୁଟି କମିଶନର ଅଫ୍‌ ପୁଲିସ (ଡିସିପି) ଏବଂ ପୁଲିସ କମିଶନର ଭାବରେ ମଧ୍ୟ ବେଙ୍ଗାଲୁରୁରେ କାର୍ଯ୍ୟ କରିଛନ୍ତି।

ଇତିମଧ୍ୟରେ ଭାସ୍କର ରାଓଙ୍କ ଇସ୍ତଫାକୁ ସରକାର ଗ୍ରହଣ କରି ନେଇଛନ୍ତି। ୨୦୨୨ ପଞ୍ଜାବ ବିଧାନସଭା ନିର୍ବାଚନରେ ଦଳର ପ୍ରମୁଖ ବିଜୟ ପରେ ଆପ୍‌ ଏବେ ବୃହତ୍‌ ବେଙ୍ଗାଲୁରୁ ମହାନଗର ପାଳିକା (ବିବିଏମପି) ନିର୍ବାଚନ ଏବଂ ୨୦୨୩ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଉପରେ ନଜର ରଖିଛି।

ସମ୍ବନ୍ଧିତ ଖବର