ଗ୍ୟାଙ୍ଗଷ୍ଟାର ଓ ଲେଡି ଡନଙ୍କ ବିବାହ ପରେ ଉଠୁଥିବା ଗୁଜବକୁ ନେଇ ପୁଲିସ ଦେଲା ପ୍ରତିକ୍ରିୟା

ନୂଆଦିଲ୍ଳୀ:  ଦିଲ୍ଲୀରେ ଗ୍ୟାଙ୍ଗଷ୍ଟାରଙ୍କ ବିବାହକୁ ନେଇ ସାରା ଦେଶରେ ଚର୍ଚ୍ଚା ଚାଲିଛି । ଦିଲ୍ଲୀର ଦ୍ୱାରକାସ୍ଥିତ ସନ୍ତୋଷ ଗାର୍ଡେନରେ କୁଖ୍ୟାତ ଗ୍ୟାଙ୍ଗଷ୍ଟାର ସନ୍ଦୀପ ଓରଫ କାଲା ଜଥେଡି ଏବଂ ଲେଡି ଡନ୍ ଅନୁରାଧା ଚୌଧୁରୀ ଓରଫ୍ ମ୍ୟାଡାମ୍ ମିଂଜ୍ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ।

ତେବେ ବିରୋଧୀ ଗ୍ୟାଙ୍ଗଙ୍କ ବିପଦକୁ ଦେଖି ଦୁହିଁଙ୍କ ବିବାହକୁ ଆଡମ୍ବରରେ ନକରି ଅତି ସାଧାରଣ ଶୈଳୀରେ ସମ୍ପର୍ଣ୍ଣ କରାଯାଇଥିଲା।  ଏହି ବିବାହ ପୂର୍ବରୁ ଦୁହେଁ ପ୍ରଥମେ ବନାରସରେ ମନ୍ଦିରରେ ବିବାହ କରିଥିଲେ।

ପୁଲିସ ସୂତ୍ରରୁ ପ୍ରକାଶ, କୁଖ୍ୟାତ ଗ୍ୟାଙ୍ଗଷ୍ଟାର ଓ ଲେଡି ଡନଙ୍କ ବିବାହରେ ନିୟମ ଭଙ୍ଗ କରାଯାଇଥିବା ନେଇ ଅନେକ ଖବର ଶୁଣିବାକୁ ମିଳୁଛି। କିନ୍ତୁ ଆମେ ସ୍ପଷ୍ଟ କରି ଦେବାକୁ ଚାହିଁବୁ କି ଏଦୁହିଁଙ୍କ ବିବାହରେ ଆଇନର କୌଣସି ନିୟମ ଭଙ୍ଗ କରାଯାଇନାହିଁ। କୁହାଯାଉଛି କି ଗ୍ୟାଙ୍ଗଷ୍ଟାର ବିବାହ ପରେ ସମସ୍ତ କଏଦୀଙ୍କୁ ଜେଲରେ ମିଠା ବଣ୍ଟନ କରାଯାଇଥିଲା। କିନ୍ତୁ ସେମିତି କିଛି ବି ହୋଇନାହିଁ।

ସନ୍ଧ୍ୟା ୭ଟାରେ ବିବାହ ସରିବା ପରେ ଜେଲ ମେନ୍ୟୁ ଅନୁଯାୟୀ କୁଖ୍ୟାତ ଗ୍ୟାଙ୍ଗଷ୍ଟାରକୁ ଯାହା ଖାଇବାକୁ ଦିଆଯିବ କଥା ତାହା ହିଁ ଦିଆଯାଇଥିଲା। ତେବେ ଆପଣଙ୍କୂ ଜଣାଇ ଦେବାକୁ ଚ‌ାହିଁବୁ କି କୁଖ୍ୟାତ ଗ୍ୟାଙ୍ଗଷ୍ଟାର କାଲା ଜଥେଡିଙ୍କୁ ଜେଲରୁ ସବୁଠାରୁ ସୁରକ୍ଷିତ ସ୍ଥାନରେ ରଖାଯାଇ କଡ଼ା ନଜର ରଖାଯାଇଛି।

ନିୟମ ଅନୁଯାୟୀ ଦିନକ ଭିତରେ ୧୫ ମିନିଟ ପାଇଁ କଏଦୀଙ୍କୁ ଜେଲ କଠୋରିରୁ କିଛି ସମୟ ପାଇଁ ବାହାର କରାଯାଏ କିନ୍ତୁ କାଲା ଜଥେଡିଙ୍କୁ ସେଲରୁ କେବେ ବି ବ‌ାହାର କରାଯାଏ ନାହିଁ। କାରଣ ଜେଲ ଭିତ‌ରେ ତାର ଅନେକ ଶ୍ରତୁ ଭରି ରହିଛନ୍ତି। ପ୍ରତି ମୁହୂର୍ତ୍ତରେ ତାର ଜୀବନ ପ୍ରତି ବିପଦ ରହିଛି।

ସମ୍ବନ୍ଧିତ ଖବର