କଂଗ୍ରେସ ଛାଡ଼ିବା ପରେ ବିଜେପିରେ ଯୋଗ ଦେଲେ ସନାତନ ଧର୍ମକୁ ସମର୍ଥନ କରୁଥିବା ଗୌରବ ବଲ୍ଲଭ

ନୂଆଦିଲ୍ଲୀ: ବିଜେପିରେ ଯୋଗ ଦେଲେ ସନାତନକୁ ସମର୍ଥନ କରୁଥିବା ଗୌରବ ବଲ୍ଲଭ। କିଛି ଘଣ୍ଟା ତଳେ କଂଗ୍ରେସର ଜାତୀୟ ମୁଖପାତ୍ର ଗୌରବ ବଲ୍ଲଭ ଦଳ ଛାଡ଼ିଥିଲା। ଦଳ ଏବେ ଦିଗହରା ବୋଲି କହି ସେ କଂଗ୍ରେସର ହାତ ଛାଡ଼ୁଥିବା କହିଥିଲା। ଏବେ ସେ ବିଜେପିର ହାତ ଧରିଥିବା ସାମ୍ନାକୁ ଆସିଛି।

କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ନିକଟକୁ ପଠାଯାଇଥିବା ତାଙ୍କ ଇସ୍ତଫା ପତ୍ରର ଏକ ଫଟୋ ପୋଷ୍ଟ କରି ସେ ଲେଖିଥିଲେ ଯେ, “ଏବେ କଂଗ୍ରେସ ପାର୍ଟି ଯେଉଁଭଳି ଭାବେ ଦିଗହରା ହୋଇ ଗତି କରୁଛି, ତାହା ଦେଖି ମୁଁ ସହଜ ଅନୁଭବ କରିପାରୁ ନାହିଁ। ମୁଁ ସନାତନ ବିରୋଧୀ ସ୍ଲୋଗାନ ଦେଇ ପାରିବି ନାହିଁ ଓ ଦେଶର ଧନ ସୃଷ୍ଟିକର୍ତ୍ତାଙ୍କୁ ସକାଳ ଓ ସନ୍ଧ୍ୟାରେ ଗାଳି କରିପାରିବି ନାହିଁ। ଏହି କାରଣରୁ ମୁଁ କଂଗ୍ରେସ ଦଳର ସମସ୍ତ ପଦବୀ ଏବଂ ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଉଛି।”

 

ତେବେ ଗୌରବ ୨୦୨୩ମସିହାରେ ଉଦୟପୁର ନିର୍ବାଚନମଣ୍ଡଳୀରୁ ରାଜସ୍ଥାନ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ।ହେଲେ ବିଜେପି ପ୍ରାର୍ଥୀ ୩୨,୦୦୦ରୁ ଅଧିକ ଭୋଟ୍ ବ୍ୟବଧାନରେ ତାଙ୍କୁ ହରାଇ ବିଜୟୀ ହୋଇଥିଲେ।

ସମ୍ବନ୍ଧିତ ଖବର