ସିଓଲରେ ହାଲୋୱିନ ପର୍ବରେ ଅଘଟଣ: ମୃତ୍ୟୁ ସଂଖ୍ୟା ୧୫୧କୁ ବୃଦ୍ଧି
ସିଓଲ: ଦକ୍ଷିଣ କୋରିଆର ରାଜଧାନୀ ସିଓଲରେ ଶନିବାର ରାତିରେ ହାଲୋୱିନ ପର୍ବ ପାଳନ ବେଳେ ଦଳାଚକଟା ସହ ଶ୍ବାସରୁଦ୍ଧ ହୋଇ ଏବେ ସୁଦ୍ଧା ୧୫୧ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି। ୮୨ ଜଣ ଲୋକ କ୍ଷତାକ୍ତ ହୋଇ ହସ୍ପିଟାଲ୍ରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି। ଏହି ଦୁର୍ଘଟଣାରେ ୨୦ରୁ ୩୦ ବର୍ଷ ବୟସ ମଧ୍ୟରେ ଥିବା ଯୁବପିଢ଼ି ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
କର୍ତ୍ତୃପକ୍ଷଙ୍କ ପକ୍ଷରୁ ମିଳିିଥିବା ସୂଚନାନୁସାରେ ଏହି ହାଲୋୱିନ ପର୍ବ ପାଳନ ବେଳେ ଦଳାଚକଟାରେ ଏବେ ସୁଦ୍ଧା ୯୭ ଜଣ ମହିଳା ଓ ୫୪ ଜଣ ପୁରୁଷଙ୍କର ମୃତ୍ୟୁ ଘଟିଛି। ଇରାନ, ଉଜବେକିସ୍ତା, ଚୀନ ଓ ନରୱେ ଆଦି ଦେଶର କିଛି ବିଦେଶୀମାନେ ବି ପ୍ରାଣ ହରାଇଥିବା ସୂଚନା ରହିଛି।
ଏହି ଦୁର୍ଘଟଣା ସକାଶେ ଦକ୍ଷିଣ କୋରିଆର ରାଷ୍ଟ୍ରପତି ୟୁନ୍ ସୁକ୍-ୟେଲ୍ ଜାତୀୟ ଶୋକ ଘୋଷଣାକ କରିିଛନ୍ତି। ସେ ନିଜର ଶୋକ ପ୍ରକାଶ କରି କହିଛନ୍ତି ଯେ ସିଓଲରେ ଏପରି ଘଟଣା ଘଟିବା ଅତ୍ୟନ୍ତ ଦୁଃଖଦାୟକ।
but what’s more sickening is that in the midst of bodies being bagged, the halloween festivities continued, just a few feet away. this road is not meant for 100,000 people. pic.twitter.com/78QbZabQnS
— Chloe Park 🦋 in Seoul (@chloepark) October 29, 2022
ସ୍ଥାନୀୟ ଗଣମାଧ୍ୟମ ପକ୍ଷରୁ କୁହାଯାଇଛି ଯେ, ଇଟାଓନ ଷ୍ଟ୍ରିଟରେ ଉକ୍ତ ପର୍ବ ପାଳନ ଅବସରରେ ରାଲିରେ ପ୍ରାୟ ୧ ଲକ୍ଷ ଲୋକ ଆସୁଥିଲେ। ଅଧିକ ଗହଳି ଯୋଗୁ ଦଳାଚକଟା ସହ ନିଶ୍ବାସପ୍ରଶ୍ବାସ ନେବାରେ ଅସୁବିଧାରୁ ଏଭଳି ଅଘଟଣ ଘଟିଥିବା ଅନୁମାନ କରାଯାଉଛି।