ସାଧାରଣ ଭାବେ ହିନ୍ଦୁମାନେ ଦଙ୍ଗାରେ ଅଂଶଗ୍ରହଣ କରନ୍ତି ନାହିଁ, ଲଭ ଜିହାଦର ଶିକାର ହୋଇଛନ୍ତି ଶ୍ରଦ୍ଧା : ହିମନ୍ତ ବିଶ୍ବ ଶର୍ମା

ନୂଆଦିଲ୍ଲୀ: ହିନ୍ଦୁମାନେ ସାଧାରଣତଃ ଦଙ୍ଗାରେ ଅଂଶଗ୍ରହଣ କରନ୍ତି ନାହିଁ। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଗୁରୁବାର ଜାତୀୟ ଗଣମାଧ୍ୟମ ଏନଡିଟିଭିକୁ ସାକ୍ଷାତକାର ଦେଇ ଏହା କହିଛନ୍ତି। ଦେଶର ଅଧିକାଂଶ ସାମ୍ପ୍ରଦାୟିକ ହିଂସା ପାଇଁ ବିଜେପିକୁ ଦାୟୀ କରାଯାଉଥିବା ବେଳେ ଆଜି ଏଭଳି ବୟାନ ଦେଇଛନ୍ତି ହିମନ୍ତ ବିଶ୍ବ ଶର୍ମା।

୨୦୦୨ର ଦଙ୍ଗାକାରୀଙ୍କୁ ଦଣ୍ଡ ଦିଆଯିବା ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦେଇଥିବା ମନ୍ତବ୍ୟକୁ ନେଇ ହିମନ୍ତ ବିଶ୍ବ ଶର୍ମାଙ୍କୁ ପଚରାଯିବାରୁ ସେ କହିଥିଲେ, “ହିନ୍ଦୁମାନେ ଶାନ୍ତିପ୍ରିୟ। ସେମାନେ ଦଙ୍ଗା କରିବାରେ ଲିପ୍ତ ରହନ୍ତି ନାହିଁ। ଏକ ସମ୍ପ୍ରଦାୟ ଭାବରେ ହିନ୍ଦୁମାନେ ଲଭ ଜିହାଦକୁ ମଧ୍ୟ ବିଶ୍ବାସ କରନ୍ତି ନାହିଁ। ଆଗକୁ ବି ହିନ୍ଦୁ ସମ୍ପ୍ରଦାୟ କଦାପି ଦଙ୍ଗାରେ ଲିପ୍ତ ରହିବେ ନାହିଁ।”

ଲଭ ଜିହାଦ ବିଷୟରେ ସେ ନିଜର ପ୍ରତିକ୍ରିୟା ରଖି କହିଥିଲେ ଯେ, “ଆପଣଙ୍କ ପାଇଁ ଏହା ଏକ ସାମ୍ପ୍ରଦାୟିକ ବିବୃତି ହୋଇଥାଇପାରେ, ବାମପନ୍ଥୀ ଚିନ୍ତାଧାରା ସମର୍ଥକଙ୍କ ପାଇଁ ଏହା ଏକ ସାମ୍ପ୍ରଦାୟିକ ବିବୃତି ହୋଇଥାଇପାରେ, କିନ୍ତୁ ମୁଁ ଏହାକୁ ଏକ ଜାତୀୟ ମନୋଭାବରେ କହିଛି। ଆଜିର ସମାଜରେ ଲଭ ଜିହାଦ୍ ଏକ ବଡ଼ ବାସ୍ତବତା। ଆମେ ଏହାକୁ ଅସ୍ୱୀକାର କରିପାରିବୁ ନାହିଁ। ଶ୍ରଦ୍ଧା ୱାକରଙ୍କ ହତ୍ୟା ଲଭ୍ ଜିହାଦର ପରିଣାମ। ଅଭିଯୁକ୍ତ ଅଫତାବ ପଲିଗ୍ରାଫ୍ ପରୀକ୍ଷାରେ ଶ୍ରଦ୍ଧା ମୃତ୍ୟୁ ପରେ ସ୍ୱର୍ଗକୁ ଯିବ ବୋଲି ଗ୍ରହଣ କରିଛି। ତାଙ୍କର ଏହି ବିବୃତି ସମ୍ପର୍କରେ ଗଣମାଧ୍ୟମରେ ଅନେକ ଖବର ରହିଛି।”

ଏହା ସହ ଅମିତ ଶାହଙ୍କ ମନ୍ତବ୍ୟକୁ ନେଇ ଶର୍ମା କହିଥିଲେ ଯେ, “କଂଗ୍ରେସ କ୍ଷମତାରେ ଥିବା ବେଳେ ଦଙ୍ଗା ହେବା ସହ ଗୁଜରାଟରେ କର୍ଫ୍ୟୁ ଲାଗୁଥିଲା। ହେଲେ ୨୦୦୨ରେ ବିଜେପି ଦଙ୍ଗାକାରୀଙ୍କୁ ଉଚିତ୍ ଦଣ୍ଡ ଦେବା ପରେ ଏବେ ଦଙ୍ଗା ହେବା କମ ହୋଇଛି। ୨୦୦୨ ପରଠାରୁ ଗୁଜୁରାଟ ସରକାର ରାଜ୍ୟରେ ଶାନ୍ତି ସୁନିଶ୍ଚିତ କରିବା ପାଇଁ ଅନେକ ପଦକ୍ଷେପ ନେଇଛନ୍ତି। ଗୁଜୁରାଟରେ ଶାନ୍ତି ବଜୟା ରହିଛି। ବର୍ତ୍ତମାନ କର୍ଫ୍ୟୁ ଲାଗୁନାହିଁ। “

ସମ୍ବନ୍ଧିତ ଖବର