ରାଷ୍ଟ୍ରପତି ହେଲେ ଚୀନ୍‌-ରୁଷ୍‌ ସଂପର୍କକୁ ବିଗାଡ଼ିବି: ରାମସ୍ବାମୀ

ୱାସିଂଟନ: ବିଶ୍ବ ପ୍ରତି ଚୀନ୍‌ ଅନେକ ସମସ୍ୟା ସୃଷ୍ଟି କରୁଛି। ତେଣୁ ରୁଷ୍‌କୁ ଚୀନ୍‌ କୋଳରେ ବସିବାକୁ ଦିଆଯିବା ଉଚିତ ନୁହେଁ। ରିପବ୍ଲିକାନ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଭାରତୀୟ ଆମେରିକୀୟ ବିବେକ ରାମସ୍ବାମୀ ଗୁରୁବାର ଏହା କହିଛନ୍ତି। ଯଦି ସେ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୁଅନ୍ତି ତା’ହେଲେ ମସ୍କୋ ସହିତ ଏ ନେଇ ଏକ ରାଜିନାମା କରିବେ ବୋଲି କହିଛନ୍ତି।

ଏଥିସହିତ ଆମେରିକାର ରାଷ୍ଟ୍ରପତି ଭାବେ ରୁଷ୍‌ ଏବଂ ୟୁକ୍ରେନ ମଧ୍ୟରେ ବର୍ତ୍ତମାନର ନିୟନ୍ତ୍ରଣ ରେଖାକୁ ବନ୍ଦ କରିବାକୁ ପ୍ରସ୍ତାବ ଦେବେ। ସେହିଭଳି ନାଟୋ ୟୁକ୍ରେନକୁ ଗ୍ରହଣ କରିବ ନାହିଁ ବୋଲି ଦୃଢ଼ ପ୍ରତିଶ୍ରୁତି ଦେବି। ଏହା ବଦଳରେ ଚୀନ ସହିତ ରୁଷ୍‌ ଏହାର ସାମରିକ ମେଣ୍ଟରୁ ଓହରି ଆସୁ ବୋଲି ସେ ରୁଷ୍‌କୁ କହିବେ। ୟୁକ୍ରେନ ଯୁଦ୍ଧ ବନ୍ଦ କରିବା ପାଇଁ ସେ କ’ଣ କରିବେ ବୋଲି ପ୍ରଶ୍ନ ହେବାରୁ ରାମସ୍ବାମୀ ଏହା କହିଛନ୍ତି। ରୁଷ୍‌-ଚୀନ୍‌ ସାମରିକ ମେଣ୍ଟ ଆମେରିକା ପାଇଁ ବର୍ତ୍ତମାନ ସବୁଠୁ ବଡ଼ ବିପଦ। ତେଣୁ ୧୯୭୨ରେ ନିକ୍ସନ ଯାହା କରିଥିଲେ ମୁଁ ତାହାର ଓଲଟା କାର୍ଯ୍ୟ କରିବି ବୋଲି ରାମସ୍ବାମୀ କହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ରୁଷ୍‌ ଓ ପାଶ୍ଚିତ୍ୟ ଦେଶ ମଧ୍ୟରେ ଯଦି ଅର୍ଥନୈତିକ ସଂପର୍କକୁ ପୁନର୍ବାର ଖୋଲି ଦିଆଯିବ ତା’ହେଲେ ଚୀନ୍‌ ସହିତ ରୁଷ୍‌ର ସହଯୋଗିତା କମିବ `

ସମ୍ବନ୍ଧିତ ଖବର