ମା’ ଓ ପୁଅର ଫଟୋ ସେୟାର କରି ରେଳବାଇକୁ ଏଭଳି ଅଭିଯୋଗ କଲେ ଯାତ୍ରୀ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ‌ଟ୍ରେନ ଭିତରର ଏକ ଫଟୋ ଭାଇରାଲ ହେଉଛି। ଏହି ପୋଷ୍ଟକୁ ରଚିତ ଜୈନ ନାମକ ସୋସିଆଲ ମିଡିଆ ବ୍ୟବହାରକାରୀ ସେୟାର କରିଛନ୍ତି।

ଏହି ପୋଷ୍ଟକୁ ରଚିତ ଜୈନ ସେୟାର କରି ଲେଖିଛନ୍ତି, ‘ଘଟଣାଟି ୩ଏସି ବଗିରେ ଘଟିଛି। ଭଉଣୀଙ୍କ ଏସି ବଗିରେ ସୁନିଶ୍ଚିତ ଟିକେଟ ହୋଇଥିଲା। କିନ୍ତୁ ଚଢ଼ିବା‌ ସମୟରେ ବିନା ଟିକେଟରେ ଥିବା ଯାତ୍ରୀମାନେ ଚଢ଼ି ଯାଇ ଦ୍ବାରା ନିକଟରେ ଭିଡ଼ କରି ଦେଇଥିଲେ। ଯେଉଁ କାରଣରୁ ଭଉଣୀ ଟ୍ରେନକୁ ଚଢ଼ି ଯାଇଥିବା ବେଳେ ଭଣଜା ଷ୍ଟେସନରେ ରହି ଯାଇଥିଲା।

 

ଛୁଆକୁ ବଞ୍ଚାଇବା ପାଇଁ  ଭଉଣୀ ପାଖରେ ‌ଟ୍ରେନରୁ ଡେଇଁବା ଛଡ଼ା ଅନ୍ୟ କିଛି ବିକଳ୍ପ ନଥିଲା। ତେଣୁ ସେ ନିଜ ଜୀବନକୁ ଖାତିର ନକରି ଚଳନ୍ତା ଟ୍ରେନରୁ ଷ୍ଟେସନକୁ ଡେଇଁ ପଡ଼ିଥିଲା, ଯେଉଁଥିପାଇଁ ସେ ଆହତ ବି ହୋଇଥିଲା। ତେଣୁ ରେଳବାଇକୁ ମୋର ଅନୁରୋଧ ବିନା ଟିକେଟରେ ଯାତ୍ରା କରୁଥିବା ଯାତ୍ରୀଙ୍କର କଡ଼ା ଯାଞ୍ଚ କରନ୍ତୁ। କାରଣ ଏଭଳି ଯାତ୍ରୀଙ୍କ ପାଇଁ ଭିଡ଼ ହେତୁ ଅନେକ ଦିନରୁ ଟ‌ିକେଟ କରି ଯାତ୍ରା କରୁଥିବା ଯାତ୍ରୀଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି।

ସେମାନେ ସୁରକ୍ଷିତ ଭାବେ ଯାତ୍ରା ବି କରି ପାରୁ ନାହାନ୍ତି। ଏମିତି କି ଶୌଚାଳୟ ସାମ୍ନାରେ ବିନା ଟିକେଟରେ ଚଢ଼ିଥିବା ଯାତ୍ରାମାନେ ଏତେ ଭିଡ଼ କରି ଥାଆନ୍ତି କି ଶୌଚାଳୟ ଯିବା ପାଇଁ ବି ଅସୁବିଧା ହୋଇଥାଏ। ଏଥିପାଇଁ ରେଳବାଇ କଡ଼ା ପଦକ୍ଷେପ ଗ୍ରହଣ କରୁ।’

ସମ୍ବନ୍ଧିତ ଖବର