୭୬% ରେଟିଂ ସହ ମୋଦୀ ବିଶ୍ବର ସବୁଠାରୁ ଲୋକପ୍ରିୟ ନେତା

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୭୬ ପ୍ରତିଶତ ଆପ୍ରୁଭାଲ ରେଟିଂ ସହ ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତା ଭାବେ ସ୍ଥାନ ପାଇଛନ୍ତି। ଆମେରିକାର କନସଲଟାନ୍ସି ସଂସ୍ଥା ‘ମର୍ଣ୍ଣିଂ କନସଲ୍ଟ’ର ଏକ ସର୍ଭେରୁ ଏହା ସାମ୍ନାକୁ ଆସିଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅନୁମୋଦନ ବା ଆପ୍ରୁଭାଲ୍ ରେଟିଂ ତାଲିକାର ଦ୍ବିତୀୟ ସ୍ଥାନରେ ଥିବା ନେତାଙ୍କ ତୁଳନାରେ ୧୦ ପ୍ରତିଶତ ଅଧିକ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ପଛକୁ ମେକ୍ସିକୋ ରାଷ୍ଟ୍ରପତି ଆଣ୍ଡ୍ରେସ୍ ମାନୁଏଲ୍ ଲୋପେଜ୍ ଓବ୍ରାଡୋର୍ (୬୬%), ସୁଇସ୍ ରାଷ୍ଟ୍ରପତି ଆଲେନ୍ ବର୍ସେଟ୍ (୫୮%) ଏବଂ ବ୍ରାଜିଲ୍ ରାଷ୍ଟ୍ରପତି ଲୁଇଜ୍ ଇନାସିଓ ଲୁଲା ଡା ସିଲଭା (୪୯%) ରହିଛନ୍ତି। ଉଲ୍ଲେଖଯୋଗ୍ୟ, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ୪୦% ଅନୁମୋଦନ ରେଟିଂ ସହ ତାଲିକାର ସପ୍ତମ ସ୍ଥାନରେ ଅଛନ୍ତି, ଯାହା କି ମାର୍ଚ୍ଚ ପରଠାରୁ ତାଙ୍କର ସର୍ବୋଚ୍ଚ ଆପ୍ରୁଭାଲ ରେଟିଂ।

‘ମର୍ଣ୍ଣିଂ କନସଲ୍ଟ’ ପକ୍ଷରୁ ସଂଗ୍ରହ କରାଯାଇଥିବା ତଥ୍ୟ ୨୨ ଜଣ ବିଶ୍ୱସ୍ତରୀୟ ନେତାଙ୍କ ଉପରେ କରାଯାଇଥିବା ସର୍ଭେ ଉପରେ ଆଧାରିତ। ସେପ୍ଟେମ୍ବର ୬ରୁ ୧୨, ୨୦୨୩ ମଧ୍ୟରେ ସଂଗ୍ରହ କରାଯାଇଥିବା ତଥ୍ୟ ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦୀଙ୍କର ଏହି ବିଶ୍ୱ ତାଲିକାରେ ସର୍ବନିମ୍ନ ୧୮% ଡିସଆପ୍ରୁଭାଲ (ନାପସନ୍ଦ) ରେଟିଂ ରହିଛି।

ତାଲିକାର ଶ୍ରେଷ୍ଠ ୧୦ ନେତାଙ୍କ ମଧ୍ୟରୁ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କୁ ସର୍ବାଧିକ ୫୮ ପ୍ରତିଶତ ନାପସନ୍ଦ କରାଯାଇଛି ଏବଂ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜରଙ୍କ ହତ୍ୟାକୁ ନେଇ ଭାରତ ସହ କାନାଡାର କୂଟନୈତିକ ମତଭେଦ ଯୋଗୁଁ ଏହା ଘଟିଥିବା ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର