ମହୁଆ ମୈତ୍ରଙ୍କ ଆୟ ଓ ସମ୍ପତ୍ତି କେତେ ଜାଣନ୍ତୁ

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ ନେତ୍ରୀ ତଥା ପୂର୍ବତନ ସାଂସଦ ମହୁଆ ମୈତ୍ର ପୁଣିଥର କୃଷ୍ଣାନଗର ଆସନରୁ ଲୋକସଭା ନିର୍ବାଚନ ଲଢ଼ୁଛନ୍ତି। ନିକଟରେ ସେ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ଲୋକସଭା ନିର୍ବାଚନ ପୂର୍ବରୁ ମହୁଆ ମୈତ୍ର ନିଜର ସମ୍ପତ୍ତିର ସମସ୍ତ ବିବରଣୀ ପ୍ରଦାନ କରିଛନ୍ତି। ଯେଉଁଥିରେ ମହୁଆ ମୈତ୍ର ଉଲ୍ଲେଖ କରିଛନ୍ତି କି ୫ବର୍ଷ ପୂ‌ର୍ବେ ତାଙ୍କର ଆୟ ୫୫୧,୦୮୦ଟଙ୍କା ରହିଥିଲା। ଯାହାକି ୨୦୨୨-୨୩ ବେଳକୁ ୧୨ଲକ୍ଷ, ୭ହଜାର ୫୪୧ଟଙ୍କାରେ ପହଞ୍ଚିଛି।

ମୈତ୍ରଙ୍କ ପାଖରେ ଏକ ୪.୨ କ୍ୟାରେଟର ହୀରାର ହାର ଅଛି। ଯାହାର ମୂଲ୍ୟ ୮୦ଲକ୍ଷ ଟଙ୍କା ପାଖାପାଖି ହେବ ବୋଲି କୁହାଯାଉଛି। ସେହିପରି ତାଙ୍କ ପାଖରେ ଥିବା ୧୫୦ଗ୍ରାମର ଏକ ଗୋଲ୍ଫର ମୂଲ୍ୟ ୯.୪୧ଲକ୍ଷ ଟଙ୍କା ରହିଥିବା ବେଳେ ମୈତ୍ରଙ୍କ ସମସ୍ତ ଅଳଙ୍କାର ମୂଲ୍ୟ  ୩,୫୦,୬୭,୧୬୬,୦୨ଟଙ୍କା ରହିଛି। ବ୍ୟାଙ୍କ ଆକାଉଣ୍ଟରେ ଏପ୍ରିଲ ୧୮ ପର୍ଯ୍ୟନ୍ତ ୫୩୫,୮୫୦ଟଙ୍କାର ଜମା ରାଶି ରହିଥିବା ମୈତ୍ର ତାଙ୍କ ନାମାଙ୍କନ ପତ୍ରରେ ସୂଚିତ କରିଛନ୍ତି।

କେବଳ ଏତିକି ନୁହେଁ ତାଙ୍କ ପାଖରେ ୨.୭୨ଲକ୍ଷ ଟଙ୍କାର ଏକ ରୁପାର ଡିନର ସେଟ ଓ ୧.୧୭ଲକ୍ଷର ଏକ ଟି-ସେଟ ଅଛି। ଏସବୁପରେ ମହୁଆ ମୈତ୍ରଙ୍କ ଦୁଇଟି ଘରୋଇ ବ୍ୟାଙ୍କରେ ଫିକ୍ସ ଡ‌ିପୋଜିଟ ରହିଛି। ତାଙ୍କର ଏକ ଏଫଡ଼ି ୩୩,୪୪,୯୨୬ଟଙ୍କାର ରହିଥିବା ବେଳେ ଦ୍ବିତୀୟ ଏଫଡ଼ି ୧,୪୫,୬୪,୪୯୨ଟଙ୍କାର ରହିଛି।

ନାମାଙ୍କନ ପତ୍ରରେ ମହୁଆ କହିଛନ୍ତି, ତାଙ୍କ ନାମରେ ଏକ ଅପରାଧିକ ମାମଲା ରୁଜୁ ହୋଇଛି। ଯାହାର ଯାଞ୍ଚ ଚାଲୁଛି। ସିବିଆଇ ବି ତ‌ାଙ୍କ ବିରୋଧରେ ମାମଲା ରୁଜୁ କରିଛି।

ସମ୍ବନ୍ଧିତ ଖବର